jsm

କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହର ସହ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ତଥା ବରିଷ୍ଠ କଳାକାର କାଦିର ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁରୁ ପ୍ରଭାସ ମିଶ୍ର, ଗୁରୁ ଭୀମସେନ ସାହୁଙ୍କ ଉପସ୍ଥିତିରେ ସମ୍ପାଦକ ରିଆଜ ଖାଁ, ଯୁଗ୍ମସଂପାଦକ ଉମାକାନ୍ତ ବାଗ, ଉପସଭାପତି ପଦ୍ମନାଭ କୁମାର, କାହ୍ନୁଚରଣ ଗୌଡ ପ୍ରମୁଖ ମଞ୍ଚାସୀନ ଥାଇ ବାଗ୍‌ଦେବୀ ମାଁ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ସଂଘ କଳାକାର ମାନେ ଓଡିଶୀ ନୃତ୍ୟ, ହିନ୍ଦୀ, ସମ୍ବଲପୁରୀ, ଓଡ଼ିଆ ଗୀତରେ ମଞ୍ଚ ଦୁଲୁକେଇ ଦେଇଥିଲେ । କ୍ଷୀରସିନ୍ଧୁ ନାଏକ, ପଦ୍ମନାଭ କୁମାର, ପ୍ରବୀଣ ଅଗ୍ରୱାଲ, ଦେବାଶିଷ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶେଷଦେବ ମିଶ୍ର, ଯଯାତି ନାୟକ, ମନୋଜ ଶର୍ମା, ସୁବୀର ଠାକୁର, ଦୀଲ୍ଲୀପ ଜାନୀ, ରୁବୀ ମହାନ୍ତି, ମୀନା ରଥ, ସାଧନା ପ୍ରମୁଖ କଳାକାର ମାନଙ୍କ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ପରିବେଷଣ ଯୋଗୁଁ ରାତି ଆହୁରି ରଙ୍ଗୀନ ହୋଇଉଠିଥିଲା । କଳାକାର ମାନେ ରଙ୍ଗବତୀ ଗୀତରେ ନାଚିଥିଲେ । ମନୋଜ ଶର୍ମା ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସମସ୍ତ କର୍ମକର୍ତ୍ତା ସଭ୍ୟ ମାନଙ୍କ ସକ୍ରିୟ ସହଯୋଗ ଯୋଗୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସଭାପତି କାଦିର ଖାଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

yuvodaya
Leave A Reply

Your email address will not be published.