csstore

ବନଦୁର୍ଗା ମନ୍ଦିରର ଶାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ବଡବନ୍ଦ ପଡା ବନଦୁର୍ଗା ମନ୍ଦିରର ଶାରଦୀୟ ନବରାତ୍ର ପୂଜା ପାଇଁ ଏକ ବୈଠକ ସଭାପତି ଡା. ପ୍ରଭାତ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶାରଦୀୟ ନବରାତ୍ର ପୂଜା ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ଅକ୍ଟୋବର ୩ ତାରିଖ ଗୁରୁବାର ଦିନରୁ ଆରମ୍ଭ ହେବ । ଅକ୍ଟୋବର ୦୩ ତାରିଖ ଦିନ ସକାଳ ୭.୩୦ ମିନିଟ୍‌ ସମୟରେ କଳସାଧିବାସ ସହ ମାଁ ନବଦୁର୍ଗାଙ୍କ ପୂଜା ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖ ଦିନ ପୂର୍ବାହ୍ନ ସ୍ଥିର ଲଗ୍ନେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ହେବା ବୋଲି ପଣ୍ଡିତ ରଘୁନାଥ ତ୍ରିପାଠୀ ସୂଚନା ଦେଇଛନ୍ତି । ବୈଠକରେ କୋଷାଧ୍ୟକ୍ଷ ବିଗତ ବର୍ଷର ଆୟବ୍ୟୟ ପଠନ କରିଥିଲେ । ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ ଚଳିତ ବର୍ଷ ପାଇଁ ବିଭିନ୍ନ ପ୍ରସ୍ଥାବ ଆଲୋକପାତ କରିଥିଲେ । ଚଳିତ ବର୍ଷ ପୂଜାରେ ପ୍ରତ୍ୟେକ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର, ଉପସଭାପତି ଅଜିତ କୁମାର ଶତପଥି, ନରସିଂହ ପଟ୍ଟନାୟକ, ମହିପାଲ ସାହୁ, ଉମେଶ ସାହୁ, ବେଣୁ ମାଧବ ଦୋରା, ସୁଶାନ୍ତ ପ୍ରଧାନ, ବିଷ୍ଣୁ ଥପା, ସୁରୁ ଭୋଇ ତଥା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.