କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପ୍ରଗତି ପତ୍ର ବଣ୍ଟନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ‘ବାର୍ଷିକ ପ୍ରଗତି ପତ୍ର ବଣ୍ଟନ ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବି ବାଗଙ୍କ ପୌରୋହିତ୍ୟରେ ସଭା କାର୍ଯ୍ୟଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ସଭାରେ ଉପସ୍ଥିତ ଅଭିଭାବକମାନଙ୍କୁ ନୂତନ ଶିକ୍ଷା ବର୍ଷରେ ସେମାନଙ୍କ ଗୁରୁ ଦାୟିତ୍ଵ ସମ୍ବନ୍ଧରେ ଅବଗତ କରାଇଥିଲେ । ବିଦ୍ୟାଳୟ ପରିସରରେ ଉପଲବ୍ଧ ବିଭିନ୍ନ କାଉଣ୍ଟରରେ ଛାତ୍ରଛାତ୍ରୀ ମାନଙ୍କର ପ୍ରଗତି ପତ୍ର, ମାଗଣା ପାଠ୍ୟ ପୁସ୍ତକ ଆଦି ଅଭିଭାବକମାନେ ଗ୍ରହଣ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଉମେଶ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ପ୍ରସନ୍ନ ସେଠ୍, ରିଚପାଲ କୁଅଁର, ବିକାଶ ସାହୁ, ହେମନ୍ତ ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଦିବ୍ୟକାନ୍ତି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × two =