ସଂକ୍ରି ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରି ସେବାଶ୍ରମରେ ଅଭିଭାବକ ଶିକ୍ଷକ ସମ୍ମିଳନୀ ଶିକ୍ଷା କମିଟି ସଭାପତି ପ୍ରତାପ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯତୀନ୍ଦ୍ର ହାତୀ, ସମ୍ମାନିତ ଅତିଥି ଭାବେ ଡୋଲାମନି ସାହୁ, ନିତ୍ୟାନନ୍ଦ ପାଣ୍ଡେ, ଅନିତା ବେହେରା, ଯାମିନି ରଣା ଯୋଗଦାନ କରିଥିଲେ । ସେବାଶ୍ରମର ପ୍ରଧାନ ସେବକ ଲଳିତ କୁମାର ମଲ୍ଲିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଅତିଥିମାନେ ଅଭିଭାବକମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ସମୟ ଅନୁସାରେ ବିଦ୍ୟାଳୟକୁ ପଠାଇବା, ବାଲ୍ୟବିବାହ, ଶିଶୁ ଶ୍ରମିକର ପ୍ରୋତ୍ସାହନ ନ ଦେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ବୈଲୋଚନ ପାଣ୍ଡେ, ଫୁଲମତି ହଂସ, ଚିନ୍ତାମଣି ନାଏକ, ଅକ୍ଷୟ କୁମାର ପାଣ୍ଡେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୂର୍ଯ୍ୟ କୁମାର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.