jayashree

ବାରିପଦାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ : ସ୍ଵାଗତିକା ପଣ୍ଡା ପ୍ରଥମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ୍ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର-୨୦୨୬ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାର ମୋଟ ୨୬ଟି ବ୍ଲକରୁ କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ମୂଲ୍ୟାଙ୍କନ ତଥା ଚୟନ କରିବା ପାଇଁ ବିଚାରକ ଭାବେ ଶିକ୍ଷା ପ୍ରଶିକ୍ଷକ ଡ. ପ୍ରିୟ ରଞ୍ଜନ ଦାଶ, ରୂପାଲି ପାତ୍ର ଏବଂ ସାଗର କୁମାର ଦଳନାୟକ ଯୋଗ ଦେଇଥିଲେ । ଏଥିସହିତ ସମ୍ମାନିତ ଅତିଥି ଭାବରେ ଶୁଭମ୍ ଚିନ୍ତନ ଶ୍ରୀମତୀ (ଡି.ଏସ୍.ଇ.) ଅଧିକାରୀ, ଶଶାଙ୍କ ଶେଖର ମହାନ୍ତ, ସହକାରୀ କ୍ୟୁରେଟର (ପଣ୍ଡିତ ରଘୁନାଥ ମୁର୍ମୁ ସାଇନ୍ସ ପ୍ଲାନେଟୋରିୟମ୍) ତଥା ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ମନୋଜ ପାତ୍ର, ଜଗନ୍ନାଥ ହରଚନ୍ଦନ ମହାନ୍ତି, ଅଜିତ ମହାନ୍ତି, ମନୋଜ ପରିଡ଼ା ଓ ରଶ୍ମିରଞ୍ଜନ କୁଣ୍ଡୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଡେଲ୍‌ଫି ହାମିଲଟନ୍ ହାଇସ୍କୁଲର ଛାତ୍ରୀ ସ୍ଵାଗତିକା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓ.ଏ.ଭି. ଗରୁଡ଼ବସା (ବେତନଟୀ)ର ଗୁରୁ ଶଙ୍କର ମହାନ୍ତ ଦ୍ଵିତୀୟ ସ୍ଥାନ ଏବଂ ଓ.ଏ.ଭି. ସାମନକୋଳ (ଶାମାଖୁଣ୍ଟା)ର ଐଶ୍ଵର୍ଯ୍ୟା ଭଞ୍ଜଦେଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ପ୍ରଥମ ସ୍ଥାନ ହାସଲ କରିଥିବା ସ୍ଵାଗତିକା ପଣ୍ଡା ଆଗାମୀ ଦିନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଜିଲ୍ଲା ତରଫରୁ ପ୍ରତିନିଧିତ୍ଵ କରିବେ । ପରିଶେଷରେ ଶିକ୍ଷକ ନୟନ କୁମାର ଗିରି ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.