jayashree

ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଉଦ୍‌ଘାଟନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ ମୁଖ୍ୟ ଅତିଥି, ସିଆର୍‌ସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗୁରୁ ପ୍ରସାଦ ଛତ୍ରିଆ, ଦୀନେଶ ମହାନନ୍ଦ, କୃତିବାସ ବରିହା, ଗଜୟ କୁମାର ଦାଶ, ଅନୁପ କୁମାର ଦାସ, ଗଜିନ୍ଦ୍ର ହରିଜନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ହିଆଲ ସିଆରସିସି ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ବିଘ୍ନନାଶକ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ପ୍ରଦାନ କରାଯାଇଥିଲା ।।ତାପରେ ଏଗାରଗୋଟି କ୍ଲଷ୍ଟରରୁ ଆସିଥିବା କୃତି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷକ ରବୀନ୍ଦ୍ର ରଥ, ଗଜୟ ଦାଶ, କ୍ଷିତିଶଚନ୍ଦ୍ର ପଣ୍ଡା ଓ ଚିତ୍ରାଙ୍କନରେ ଶିକ୍ଷକ କିଶୋର ବରିହା, ବିଘ୍ନେଶ୍ୱର ମାଝୀ, ଲକ୍ଷ୍ମୀପ୍ରିୟା ସେନ ବିଚାରପତି ଭାବରେ ବିଚାର କରିଥିଲେ । ଉଦ୍‌ଯାପନୀ ସଭାରେ ବିଆରସିସି ଫକୀର ଚରଣ ବିଶିଙ୍କ ସଭାପତିତ୍ୱରେ ସରପଞ୍ଚ ଜଳନ୍ଧର ମହାକୁଡ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିରଞ୍ଚି ନାରାୟଣ ଦାଶଙ୍କ ପରିଚାଳନାରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ଫଳକ ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁକାନ୍ତି ମାଝୀ, ଏମ୍‌ ବିନିତା, ସଙ୍ଗୀତା ସାହୁ, ରମେଶ ଚନ୍ଦ୍ର ମାଝୀ, ଗୋପାଳ ଧରୁଆ, ଅର୍ଜୁନ ଧରୁଆ, ଅଗସ୍ତି ସୁନା, ପ୍ରମୋଦ ଦଳେଇ, ସତ୍ୟ ଧରୁଆ, ଶମ୍ଭୁ ପ୍ରାସାଦ ବିଶି ସମେତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.