jayashree

ବଙ୍ଗୋମୁଣ୍ଡାରେ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

  • ମାଗଣାରେ ୩୦୦ରୁ ଅଧିକ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଦେଲେ ଔଷଧ
  • ଯୋଗଦେଲେ ୧୦ରୁ ଅଧିକ ଡାକ୍ତର, ବିଭିନ୍ନ ମହଲରେ ପ୍ରଶଂସା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ତେରାପନ୍ଥ ଭବନ ଠାରେ ଜୈନ ଶ୍ଵେତାମ୍ବର ତେରାପନ୍ଥୀ ସଭା ବଙ୍ଗୋମୁଣ୍ଡା ପକ୍ଷରୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ଵେତାମ୍ବର ତେରାପନ୍ଥ ସଭା ବଙ୍ଗୋମୁଣ୍ଡାର ସଭାପତି ସୁଶୀଲ କୁମାର ଜୈନଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ସିଡିଏମଓ ଡଃ. ପୁଷ୍ପାଞ୍ଜଳି ମିଶ୍ର ଯୋଗ ଦେଇ ଏହି ଶିବିରକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ, ଡଃ. ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ, ଓଡିଶା ସଭା ମନ୍ତ୍ରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ତ୍ରୀ ବିକାଶ ଜୈନ ସଭାକୁ ପରିଚାଳନା କରିଥିଲେ । ଏହି ମାଗଣା ଚିକିତ୍ସା ଶିବିରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡଃ. ପ୍ରଜ୍ଞାପରିମିତା କଲସାଇ, ଡଃ. ଭବାନୀଶଙ୍କର ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ. ହେମନ୍ତ କୁମାର ବାମିଡ଼ି, ମେଡ଼ିସିନ ବିଶେଷଜ୍ଞ ଡଃ. ଶାନ୍ତନୁ କୁମାର ରାଉତ, ଦନ୍ତ ସର୍ଜନ ଡଃ. ସଚ୍ଚିଦାନନ୍ଦ ମେହେର, ଆଖି ବିଶେଷଜ୍ଞ ଆଶିଷ କୁମାର ବିଶ୍ୱାଳ, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଇଂନଚାର୍ଜ ଡଃ. ଜୟନ୍ତ କୁମାର ବାଗ, ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ପ୍ରାଣବନ୍ଧୁ ଜଗଦଲା, ଡଃ. ସନ୍ଦୀପ କୁମାର ଜେନା, ଡଃ. ଅମିର ମେହେର, ଡଃ. ଜିଜ୍ଞାସା ବେହେରା, ଡଃ. ପ୍ରିୟଦର୍ଶିନୀ ସାହୁଙ୍କ ସହ ବହୁ ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେଇ ରୋଗୀମାନଙ୍କୁ ଚିକିତ୍ସା କରିଛନ୍ତି । ଏଥିରେ ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ପ୍ରାୟ ୩ ଶହରୁ ଅଧିକ ରୋଗୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ମଧ୍ୟ ଔଷଧ ବଣ୍ଟନ କରିଥିଲେ । ତତ୍ ସହିତ ଆଖି ପରୀକ୍ଷା କରାଯାଇ ଚଷମା ପ୍ରଦାନ କରାଯାଇଛି । ଏଥିରେ ମୋହିତ ଜୈନ, ଗଣେଶ ପ୍ରସାଦ ଜୈନ, ଚନ୍ଦ୍ର ପ୍ରକାଶ ଜୈନ, ଅଶୋକ କୁମାର ଜୈନ, ରୂପେଶ କୁମାର ଜୈନ, ମୁକେଶ ଜୈନ, ନିଖିଳ ଜୈନ, ପବନ ଜୈନ, ସାହିଲ ଜୈନ, ଗୌତମ ଜୈନ, ସଂଗମ ଜୈନ ପ୍ରମୁଖଙ୍କ ସହ ଶ୍ଵେତାମ୍ବର ତେରାପନ୍ଥ ସଭା ବଙ୍ଗୋମୁଣ୍ଡାର ସମସ୍ତ ସଦସ୍ୟସଦସ୍ୟା ମାନେ ସହଯୋଗ କରିଥିଲେ । ଶ୍ଵେତାମ୍ବର ତେରାପନ୍ଥ ସଭା ବଙ୍ଗୋମୁଣ୍ଡା ପକ୍ଷରୁ କରାଯାଇଥିବା ମାଗଣା ସ୍ୱାସ୍ଥ୍ୟ ଶିବିରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.