mahavir

ଟ୍ରକ ଓ ଟିପର ଓନର୍ସ ଆସୋସିଏସନ୍‌ର ବାର୍ଷିକ ବୈଠକ ଅନୁଷ୍ଠିତ

  • ନୂତନ କମିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଟ୍ରକ୍ ଓ ଟିପର ଓନର୍ସ ଆସୋସିଏସନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ସେକ୍ଟର ୧ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିରାଜ ମୋହନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସ୍ଥିରୀକୃତ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ପୂର୍ବରୁ ସାଧାରଣ ସମ୍ପାଦକ ପ୍ରଦାନ କରିଥିବା ଇସ୍ତଫା ଗୃହୀତ କରାଯାଇଥିଲା । ଗତ ଆର୍ଥିକ ବର୍ଷର ଆୟବ୍ୟୟର ହିସାବକୁ ଉପସ୍ଥାପନ କରାଯାଇ ଅନୁମୋଦନ କରାଯାଇଥିଲା । ଉପସ୍ଥିତ ସଦସ୍ୟ ସର୍ବସମ୍ମତି କ୍ରମେ ପୁରୁଣା କମିଟିକୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ ପାଇଁ ସଂଘର ଅଧିନିୟମ ଅନୁଯାୟୀ ନିର୍ବାଚନ ପକ୍ରିୟା ଆରମ୍ଭ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂଘର କିଛି ସଦସ୍ୟ ବିଶୃଙ୍ଖଳିତ ପଦକ୍ଷେପ ଗ୍ରହଣ କରି ଆତ୍ମ ଘୋଷିତ କମିଟି ନେଇ ପ୍ରଚାର କରୁଛନ୍ତି । ଯାହା ସଂପୂର୍ଣ୍ଣ ଅବୈଧ ଅଟେ । ଏହି ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ ନେଇ ବାର୍ଷିକ ବୈଠକରେ ସମସ୍ତଙ୍କ ସହମତି କ୍ରମେ ସଂପୃକ୍ତ ୭ ଜଣ ସଦସ୍ୟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂଘ ପୂର୍ବବତ୍ ଏକଜୁଟ ହୋଇ ରହିଛି ଓ ଏହାର ସମସ୍ତ କାର୍ଯ୍ୟକ୍ରମ ଏହାର ବାଇ ଲୋ ଆଧରରେ ଜାରି ରହିଛି । ଗତ ଅପ୍ରେଲ ୧୫ ତାରିଖ ବୈଠକ କୋରମ୍ ଅଭାବରୁ ସ୍ଥଗିତ ରଖାଯାଇ ଗତକାଲି ମେ ୩ ତାରିଖକୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତ ନିଷ୍ପତ୍ତି ଗ୍ରହଣରେ ସହଯୋଗ କରିଥିଲେ ।

Leave A Reply

Your email address will not be published.