ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦିହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସେକ୍ଟର ୧୪ ସ୍ଥିତ ଶାନ୍ତିନଗର ବସ୍ତିଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସହ ମାଗଣା ପୋଷାକପତ୍ର ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନର ମୁଖ୍ୟ ଦିପ୍ତୀ ସୁନ୍ଦରାୟ ଓ ସମ୍ପାଦିକା ଲୀନା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଏସ୍ ଏନ୍ ଜ୍ୟୋତିଷି, ଡାକ୍ତର ଡି ଗାୟତ୍ରୀ ଓ ଦେବବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ସେହିପରି ଉକ୍ତ ଅଞ୍ଚଳରେ ପୋଷାକପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ବିଜୟ ସୁନ୍ଦରାୟ, ଶୁଭଶ୍ରୀ ସ୍ୱାଇଁ, ପ୍ରିୟଙ୍କା ପାଣି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।