om academy

୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ

jsm

କୁଡାସିଂହା, (କେପିଏନ୍‌ଏସ୍‌) : ଟିକ୍ରାପଡା ଗ୍ରାମ ପଞ୍ଚାୟତର କୁଡାସିଂହା ଗ୍ରାମରେ ସପ୍ନେଶ୍ୱର ବାବା କିକ୍ରେଟ୍ କ୍ଲବ ଆନୁକୂଲ୍ୟରେ ୧୫ତମ କିକ୍ରେଟ୍ ଟୁର୍ଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଟାମେଣ୍ଟ ୫ ଦିନ ଧରି ଚାଲିଥିବା ବେଳେ ଗତକାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବେଲପଡା ବ୍ଲକର ସରପଞ୍ଚ ସଂଘ ସଭାପତି ହରିଶଚନ୍ଦ୍ର ବୁଡେକ, ସମ୍ମାନିତ ଅତିଥି ଭାବରେ ଯୋଗମଣ୍ତଳ ସରପଞ୍ଚ ସୁରଜ କୁମାର ସେଠ୍ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଫାଇନାଲ ମ୍ୟାଚରେ ଧୁମାଭଟା ଦଳ ଓ ବେଲପଡା ଦଳ ମଧ୍ୟରେ ଜୋର୍‌ଦାର୍‌ ଟକ୍ଟର ହୋଇଥିଲା । ଧୁମାଭଟା ଦଳ ୭୦ ରନ୍ କରି ବେଲପଡା ଦଳକୁ ଅଲ୍ ଆଉଟ୍ କରି ପରାସ୍ତ କରିଥିଲା ଓ ଧୁମାଭଟା ଦଳ ବିଜୟ ଲାଭ କରିଥିଲେ ।

Leave A Reply

Your email address will not be published.