csstore

ଭାଜାପା ଦଳ ପକ୍ଷରୁ ତାଳଚେର ଉପଖଣ୍ଡ ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ବିଜେଡି ଚଞ୍ଚକତା କରି ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରାଫେରି କରିଥିବା ଅଭିଯୋଗ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ କାଳିନ୍ଦୀ ଚରଣ ସାମଲଙ୍କ ନେତୃତ୍ୱରେ ଆଜି ତାଳଚେର ବହୁ ପୁରୁଖା ଭାଜପା ନେତୃବର୍ଗ ସ୍ଥାନୀୟ ବିଡ଼ିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଥିଲା । ଭାଜପା ନେତୃବର୍ଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଥାନୀୟ ପ୍ରଶାସନ ପାତର ଅନ୍ତର ନୀତି ଆପଣାଇ ବିଜେଡି ସମର୍ଥିତ ଏହି ଯୋଜନାରେ ସାମିଲ କରି ବିଜେଡି ଦଳର ହାତ ବାରିସୀ ଭଳି କାମ କରୁଥିବା ଅଭିଯୋଗ କରିବା ସହିତ ଏହାର ଏକ ତଦନ୍ତ ଦାବୀ କରିଥିବା ଦେଖିବାକୁ ମିଳିଥିଲା । ବିଡ଼ିଓ ଅଫିସ ଘେରାଉ କାର୍ଯ୍ୟକ୍ରମରେ ଭାଜପାର ତୁଙ୍ଗ ନେତା ଯଯାତି ପଟ୍ଟନାୟକ, ପେସ୍କାର ଗଡ଼ନାୟକ, ମିଡ଼ିଆ ସେଲ୍ ପରିଚାଳକ ପର୍ଶୁରାମ ବାରିକ ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲଙ୍କ ସହ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.