om academy

ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ପଂଚରଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ସଂଜୀବ କୁମାର ନାୟକ ଗତ ବର୍ଷର ସମସ୍ତ ଆୟ ବ୍ୟୟ ସହ ବିଭିନ୍ନ କାର୍ୟ୍ୟକ୍ରମର ବିବରଣୀ ପାଠ କରିଥିଲେ । ପରେ ଅନୁଷ୍ଠାନର ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂସଦର ବରିଷ୍ଠ ତଥା ଆଜୀବନ ସଦସ୍ୟ ବିକାଶ ଚନ୍ଦ୍ର ମିଶ୍ର ଏଥିରେ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିବା ବେଳେ ପୁର୍ବ ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କୁ ପୁନର୍ବାର ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ଉପସଭାପତି ଭାବେ ଡଃ ପୁରୁଷୋତ୍ତମ ମିଶ୍ର, ସଂପାଦକ ଡଃ ସୌରଭ ରଞ୍ଜନ ଖମାରୀ, ସହ ସଂପାଦକ ଦେବାଶିଷ ପଟ୍ଟନାୟକ, ଲକ୍ଷ୍ମିନାରାୟଣ ସାହୁ, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ରଥଙ୍କୁ ମନୋନୀତ କରାଯାଇଛି । କାର୍ୟ୍ୟ ନିର୍ବାହୀ କମିଟିରେ ଡଃ ଦେବାଶିଷ ପାଣ୍ଡିଆ, ସତ୍ୟବ୍ରତ ପଧାନ, ବନମାଲି ପଣ୍ଡା ଓ ସୁରେଶ ପ୍ରସାଦ ରଥଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ସଦସ୍ୟ ସୁରେନ୍ଦ୍ର ତ୍ରିପାଠୀ, ବେଣୁଧର ପ୍ରଧାନ, ଶିବରାଜ କମ୍ପ, ଅମ୍ବୁଜ ବିହାରୀ ଶତପଥି, କ୍ଷିରୋଦ ବିହାରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ନୂତନ ସଂପାଦକ ଡଃ ସୌରଭ ରଞ୍ଜନ ଖମାରୀ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.