om academy

ୟୁ.ପି. ସ୍କୁଲର ୨୦୦୩ ବ୍ୟାଚ୍‌ର ପୁରାତନ ଛାତ୍ର ମାନଙ୍କ ବଂଧୁ ମିଳନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକାଦାରପଡା ୟୁ.ପି. ସ୍କୁଲର ୨୦୦୩ ବ୍ୟାଚ୍‌ର ପୁରାତନ ଛାତ୍ର ମାନଙ୍କ ବଂଧୁ ମିଳନ ପଥରଚେପା ସ୍ଥିତ ପଂଚବଟି ଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି କାର୍ୟ୍ୟକ୍ରମକୁ ସଫଳ କରିଛନ୍ତି । ଅଳକା, ସୁଜାତା ରଣା, ସୁଜାତା ନଂଦ, ମୀନା, ସୁନୀତା, ପ୍ରିୟାଲକ୍ଷ୍ମୀ, ପିଙ୍କି, ବିରେନ୍ଦ୍ର, ସାଗର, ସୁଶାନ୍ତ, ବାବୁଲୁ ମହାଲିଂଗ, ବାବୁଲୁ ରଣା, ନରେନ୍ଦ୍ର, ଚଂଦନ, ସନ୍ତୋଷ, ମୃଗେଶ ଓ ଅନ୍ୟ ମାନେ ସହଯୋଗ କରିଥିଲେ । ଆସନ୍ତା ବର୍ଷ ଆହୁରି ଅଧିକ ଛାତ୍ରଛାତ୍ରୀ କେମିତି ଯୋଗ ଦେବେ ସେଥି ପ୍ରତି ଧ୍ୟାନ ଦିଆଯିବ ବୋଲି କାର୍ୟ୍ୟକାରୀ କମିଟିର ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଶେଷରେ ଅରୁଣ ମିଶ୍ରଙ୍କୁ ତାଙ୍କର ସହଯୋଗ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.