jayashree

ମୋହନଗିରି ଠାରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

  • ଦ୍ୱିତୀୟ ଦିନରେ କଳାହାଣ୍ଡି ୧୦୪ ରନ୍‌ରେ ବିଜୟୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସୋମବାର ଦ୍ୱିତୀୟ ଦିନ କନ୍ଧମାଳ ଦଳ ଟସ୍‌ ଜିଣି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲେ । କଳାହାଣ୍ଡି ଦଳ ନିର୍ଦ୍ଧାରିତ ୧୮ ଓଭର୍‌ରେ ୧୦ ୱିକେଟ ହରାଇ ୨୫୦ ରନ କରିଥିବା ବେଳେ କନ୍ଧମାଳ ଟିମ୍‌ ୧୪.୨ ବଲରେ ସମସ୍ତ ୱିକେଟ ହରାଇ ୧୪୬ ରନ୍‌ କରିଥିଲେ । କଳାହାଣ୍ଡି ଟିମ୍‌ ୧୦୪ ରନ୍‌ରେ ବିଜୟ ଲାଭ କରିଥିଲେ । କରୁଣା ମାଝୀ ମ୍ୟାନ୍‌ ଅପ ଦି ମ୍ୟାଚ୍‌ର ହକଦାର ହୋଇଥିଲେ । ଧୀରେନ୍ଦ୍ର ବିଶ୍ୱାଳ ଓ ରାଧାକାନ୍ତ ବେହେରା ଖେଳ ପରିଚାଳନା କରିଥିବା ବେଳେ ସୁନୀଲ କୁମାର ଭୋଇ, ଚନ୍ଦ୍ରଭାନୁ ବେହେରା ଓ ଦୈତାରି ମାଝୀ ସ୍କୋର ବୋର୍ଡ ଦାୟିତ୍ୱ ତୁଲାଇ ଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ଜଳେଶ୍ୱର ସାହୁ, ସପନେଶ୍ୱର କର୍ମୀ ଓ ଶଶିକାନ୍ତ ମାଝୀ । ଅନୁଷ୍ଠାନ ସଭାପତି ସୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀ କାନ୍ତ ବେହେରା, ଉପସଭାପତି ସୂର୍ଯ୍ୟନାରାୟଣ ସାହୁ ସମେତ ସନ୍ତୋଷ ପାତ୍ର, ଭୀଷ୍ମ ମାଝୀ, ବାପି ସା, କୁଞ୍ଜ ବିହାରୀ ପ୍ରଧାନୀ, ଗୋବିନ୍ଦ ସା, ମକୁନ୍ଦ କୁମାର, ଚନ୍ଦ୍ରକାନ୍ତ ମାଝୀ ଓ ସମସ୍ତ ସଦଶ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.