jsm

ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବସ୍‌ ଟର୍ମିନାଲ ସ୍ଥିତ ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. କୈଳାସ ଚନ୍ଦ୍ର ସାମଲ, ଡା. ରେମ, ଡା. ପିନାକୀ ପ୍ରହରା ଓ ଡା. ଗୋଲଠି ମେନିକା ଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇ ବସ୍‌ଷ୍ଟାଣ୍ଡର ଡ୍ରାଇଭର, ଷ୍ଟାଫ୍‌, ଯାତ୍ରୀ ଓ ଜନସାଧାରଣଙ୍କ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ମାଗଣା ଚଷମା ବଣ୍ଟନ କରିଥିଲେ । ଜିଲ୍ଲା ପରିବହନ ଅଧିକାରୀ ରାଜେଶ ମରାଣ୍ଡି, ଜୁନିୟର ମୋଟର ଯାନ ନିରୀକ୍ଷକ କାହ୍ନୁ ଚରଣ ବାନରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା । ଶିବିରରେ ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ସଭାତି ଦୁର୍ଗା ଚରଣ ବେହେରା, ଉପସଭାପତି ଶୌମେନ୍ଦ୍ର ପରିଚ୍ଛା, ସାଧାରଣ ସଂପାଦକ ପ୍ରଦ୍ୟୁତ କୁମାର ମିଶ୍ର, ସହସଂପାଦକ ଶିବ ଶଙ୍କର ପଟ୍ଟନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ନାଏକଙ୍କ ସମେତ ସଂଘର ବରିଷ୍ଠ ସଭ୍ୟ ହେମନ୍ତ ପଣ୍ଡା, ଓମ୍‌ ପ୍ରକାଶ ଚାନ୍ଦ, ଡମ୍ବରୁଧର ଆଚାର୍ଯ୍ୟ, ଶିବ ଶଙ୍କର ପଟେଲ, ସଂଜୀବ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଲିକୁନ ଆଚାର୍ଯ୍ୟ, ଚନ୍ଦ୍ରମଣି ତ୍ରିପାଠୀ, ପାରିଶ ପଟେଲ, ଟିକି ପ୍ରଧାନ, ଶିବନାରାୟଣ ଟାଲି, ଭବାନୀ ଶଙ୍କର ପଟେଲ ସମେତ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.