csstore

କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୱାର୍ଡ ସଭ୍ୟ ସଞ୍ଜୟ ହଂସଙ୍କ ସଭାପତିତ୍ୱରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେର, ସମିତି ସଭ୍ୟ କେଦାର ଭୋଇ, ଗ୍ରାମ ରୋଜଗାର ସେବକ ପ୍ରତାପ ଚନ୍ଦ୍ର ମିଶ୍ର, ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୨୦୨୩-୨୪ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଗ୍ରାମସଭାରେ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ । କପିଲାଭଟା ୟୁପି ସ୍କୁଲରେ ଛାତ୍ରଛାତ୍ରୀମାନେ ଗଛ ତଳେ ପାଠ ପଢ଼ୁଥିବାରୁ କିପରି ଭାବେ ଅତିରିକ୍ତ କୋଠା ନିର୍ମାଣ ହେବ ସେ ନେଇ ଗ୍ରାମବାସୀମାନେ ଦାବୀ କରିଥିଲେ । ଏଥିରେ ବିଭିନ୍ନ ୱାର୍ଡ ସଭ୍ୟ, ସଭ୍ୟା, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ, ଶିକ୍ଷକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.