csstore

ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୋଡମପେଟା ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଆନ୍ଧ୍ରପ୍ରଦେଶ ବିଜୱାଡା ସେର୍ଲିଙ୍ଗ ମହାବିଦ୍ୟାଳୟର ଅଧ୍ୟାପିକା ଇଁ.ସାନିୟା ଯୋଗ ଦେଇଥିଲେ । ୨୦୨୧/୨୦୨୨ ବର୍ଷ ଉକ୍ତ ଶିକ୍ଷାନୁଷ୍ଠାନ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ଉତ୍ତୀର୍ଣ୍ଣ ହୋଇଥିଲେ । ୧୨ ଜଣଙ୍କ ମଧ୍ୟରୁ ୧୦ ଜଣ ଫାଷ୍ଟ ଡିଭିଜନ ଓ ୨ ଜଣ ସେକେଣ୍ଡ ଡିଭିଜନରେ ପାସ୍‌ ହୋଇଥିବାରୁ ଶିକ୍ଷାନୁଷ୍ଠାନକୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷାନୁଷ୍ଠାନ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବକ୍ତୃତା, ଦେଶାତ୍ମବୋଧକ, ସମ୍ବଲପୁରୀ, ଆଧୁନିକ ଦଳଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ଜେ. ଟିଟୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ଶାନ୍ତିରାଣୀ ଭବନ ସିଷ୍ଟର ହଂସା, ସିଷ୍ଟର ସସ୍ମିତା, ଗ୍ରାମ୍ୟ ସଭାପତି ସିଏଚ. ଇଲିଗା, ସି ଏଚ. ସାତେୟା ବି. ଏରିଗା, ବି. ଶ୍ୟାମ, ଏନ. ସୀମାଞ୍ଚଳ, ଏସ. ସୀତାରାମ ପ୍ରମୁଖ ଗ୍ରାମ୍ୟର ଭଦ୍ରବ୍ୟକ୍ତି ମଞ୍ଚାସୀନ ରହିଥିଲେ । ସିଏଚ. ପଦ୍ମିନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବି. ବାବାଜୀ, ସିଏଚ.ବୁଦ୍ଧିଆ, ସିଏଚ. ଗୌରହରି, ବି. ବଳରାମ, ଏସ. କେଦାର ପ୍ରମୁଖ ଯୁବ ବ୍ୟକ୍ତିତ୍ୱ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.