csstore

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସୀ କ୍ରାନ୍ତିବୀର ମହାନ ସ୍ୱାଧିନତା ସଂଗ୍ରାମୀ ବୀର ବିର୍ସାମୁଣ୍ଡାଙ୍କ ୧୪୭ତମ ଜନ୍ମ ଦିବସ ବଲାଙ୍ଗିର ସହର ଓ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ପଂଚାୟତର ସୁର୍ଡା ଗ୍ରାମରେ ପାଳନ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ପ୍ରଥମେ ସହିଦ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରିଥିଲେ । ବୀର ବିର୍ସାମୁଣ୍ଡାଙ୍କର ଜାତି ଓ ମାଟି ହକ୍‌ ପାଇଁ ଅଧିକାର ଜଙ୍ଗଲ, ଜମି, ସଂସ୍କୃତି ଓ ପରମ୍ପରା ସୁରକ୍ଷା ଦେବା ପାଇଁ ବ୍ରିଟିସ୍‌ ମାନଙ୍କ ବିରୋଧରେ ସଂଗ୍ରାମ କରି ବଳିଦାନ ଦେଇ ମହାନତାର ପରିଚୟ ପ୍ରଦାନ କରିଥିଲେ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ । ସଭାରେ ମଧୁ ବିଶ୍ୱାଲ, ନକୁଳ ମାଝି, ରାରେ ଭୋଇ, ଅନୁଷ କୁଅଁର, ଦିନବନ୍ଧୁ ମାଝି, ଆଲ୍ଲାଦିନୀ ମାଝି, ସୁଦାମ ମାଝି, ଲବଣ ମାଝି, ବାଲ୍ମିକୀ କୁଅଁର, ଶରତ ଭୋଇ, ଶେଷଦେବ ଭୋଇ, ରାଜେନ୍ଦ୍ର ମାଝି, କୈଳାସ ଭୋଇ, ରମେଶ ଭୋଇ, ପ୍ରଭାସିନି ଭୋଇ, ପଦ୍ମିନୀ ଭୋଇ, ଲଳିତା ମାଝି, ଯଶୋବନ୍ତୀ ମାଝି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.