ବେନ୍ଦ୍ରା ପଂଚାୟତ ଅଫିସ ରାମପୁର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ପଂଚାୟତ ରାମପୁର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟି ସମର୍ପଣ ସେବା ସଂଗଠନର ସକ୍ରିୟ ସଦସ୍ୟ ସୁଜିତ କର୍ଣ୍ଣଙ୍କ ଜନ୍ମଦିନ ଅବସରରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ଉକ୍ତ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ପୂର୍ଣ୍ଣ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବରେ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟ ବିଜେଡି ମହିଳା ସଂପାଦିକା ଶ୍ରୀମତୀ ରଞ୍ଜୁ ରାଏମନ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସଂଗଠନର ସମସ୍ତ କର୍ମକର୍ତ୍ତାମାନଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । ବେନ୍ଦ୍ରା ପଂଚାୟତ ସରପଂଚ ରବିନ୍ଦ୍ର ସାହୁ ଓ ବେନ୍ଦ୍ରା ସେବା ସମବାୟ ସଭାପତି ଉତ୍ତମ ଭୋଇ ଉକ୍ତ ଶିବିରରେ ଉପସ୍ଥିତ ରହି ରକ୍ତଦାନ ଶିବିରଟିକୁ ସୁଚାରୁ ରୂପେ ପରିଚାଳନା ତଥା କିପରି ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିବ ପରାମର୍ଶ ଦେଇଥିଲେ । ସମର୍ପଣ ସଂଗଠନର ସଭ୍ୟ କୃଷ୍ଣ ସେଠ, ସୁନିଲ ରାଉତ, ରସାନନ୍ଦ କଟୁଆଳ, ପ୍ରଶାନ୍ତ ମଲ୍ଲିକ, କର୍ଣ୍ଣ ଭୂଏ, ଉମେଶ ସାହୁ, ଶ୍ରୀକାନ୍ତ ସାହୁ ପ୍ରମୁଖ ଅନେକ କର୍ମକର୍ତ୍ତାଗଣ ଉପସ୍ଥିତ ରହି ଶିବିରକୁ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ । ସର୍ବମୋଟ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସଂଗଠନର କର୍ମକର୍ତ୍ତାଗଣଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.