jsm

ଟିଟିଲାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ନିର୍ବାଚନର ଟିଟିଲାଗଡ ବ୍ଲକ ଇନ୍‌ଚାର୍ଜ ଗଜପତି କାଳସେଇ, ସଇଁତଲା ବ୍ଲକ ଇନ୍‌ଚାର୍ଜ ସୁରେଶ ମହାନନ୍ଦ ନେତୃତ୍ୱରେ ବଲାଙ୍ଗିରରୁ ଆପ୍ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ କଣ୍ଟାବଞ୍ଜି ଇନ୍‌ଚାର୍ଜ ସୁରଥ ବେହେରା, ବଲାଙ୍ଗିରରୁ ସଦାଶିବ ମେହେର, କାହ୍ନୁ କରନ ପ୍ରମୁଖ ଉପସ୍ଥିତ ଥିଲେ । ଆପ୍ ନେତା ଶ୍ରୀ ପାଣ୍ଡେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଶ୍ରୀ ପାଣ୍ଡେ କହିଥିଲେ, କେଜ୍ରିୱାଲଙ୍କ ବାର୍ତ୍ତା ମେକ୍‌ଇଣ୍ଡିଆ ନମ୍ବର୧ ପ୍ରୋଗ୍ରାମ ଏବଂ ବିଜୁଳି, ପାଣି, ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ରୋଜଗାରର ରାଜନୀତି ପାଟଣାଗଡର ଘରେ ଘରେ ପହଞ୍ଚିବ, ସେଥିପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ମଜବୁତର ସହିତ କାମ କରିବାକୁ ପଡ଼ିବ । ବିଜେଡି, ବିଜେପି, କଂଗ୍ରେସର ଦୁର୍ନୀତି ଏବଂ ମୁକବଧିର ସରକାରର ପର୍ଦାଫାସ କରିବାକୁ ବଡିବ ଏବଂ ଗୋଟେ ଗୋଟେ କାର୍ଯ୍ୟକର୍ତ୍ତା ହଜାର କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବାକୁ ପଡିବ । ଗାଁ ଗାଁ ଘର ଘର ଯିବାକୁ ପଡିବ । ଏମାନଙ୍କର ଦୁର୍ନୀତିର ପର୍ଦାଫାସ କରିବାକୁ ପଡିବ ଏବଂ ଆମ୍ ଆଦମୀ ପାର୍ଟିର କେଜ୍ରିୱାଲ ମୋଡେଲ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ମହିଳା ସୁରକ୍ଷା, ଆପ ସରକାର କରୁଥିବା ଲୋକ କଲ୍ୟାଣ ରାଜନୀତି ବିଷୟରେ ଲୋକଙ୍କୁ ବୁଝାଇବାକୁ ପଡ଼ିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ । ଆପ୍‌ର ଅନ୍ୟ ପଦାଧିକାରୀ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଭାଷଣରେ କହିଥିଲେ, ଓଡ଼ିଶାରେ ଗୁଣ୍ଡାରାଜ୍, ଦାଦନ ଚାଲାଣ ସରକାର ଚାଲିଛି ବୋଲି କହିଥିଲେ ଏବଂ ଏସବୁକୁ ବନ୍ଦ୍ କରିବାକୁ ପଡ଼ିବ ଏବଂ ଆମକୁ ଏକ ଜୁଟ ହୋଇ ଲଢ଼ିବାକୁ ପଡିବ ବୋଲି କହିଥିଲେ । ଶେଷରେ ଧନ୍ୟବାଦ୍ ଭାଷଣ ସୁରଥ ବେହେରା ଦେଇଥିଲେ । ସମ୍ମିଳନୀରେ ଟିଟିଲାଗଡର ଆହୁରି କାର୍ଯ୍ୟକର୍ତ୍ତା ଯୋଡି ହୋଇଥିଲେ ଏବଂ ଆମ୍ ଆଦମୀ ପାର୍ଟିର ଚିନ୍ତାଧାରାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ଏବଂ ଏହି ବିଜେଡି ବିଜେପି କଂଗ୍ରେସର ଭ୍ରଷ୍ଟାଚାରକୁ ଉଖାଡି ଫେଙ୍କିବା ପାଇଁ ସଂକଳ୍ପ ନେଇଥିଲେ ।

yuvodaya
Leave A Reply

Your email address will not be published.