oom

ବିଜୟା ଦଶମୀରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ତୁରେକେଲା ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା କମିଟି ତରଫରୁ ୫୨ତମ ମା’ ଦୁର୍ଗାଙ୍କ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ପ୍ରତିଦିନ କମିଟି ତରଫରୁ ମେଲଛାମୁଣ୍ଡାରୁ ଆସିଥିବା ରାମଲୀଳା, ନାଟ ଓ ଦଣ୍ଡନୃତ୍ୟର ଆୟୋଜନ କରାଯାଇଥିଲା । ଆଜି ବିଜୟା ଦଶମୀରେ ମା’ଙ୍କୁ ବିସର୍ଜନ ହୋମ କରିବା ପରେ ତୁରେକେଲା ଉଚ୍ଚ ବିଦ୍ୟାଳୟ ପାଖରେ ଥିବା ଖେଳପଡିଆରେ ପରଂପରାରୁ ଚାଲି ଆସୁଥିବା ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତୁରେକେଲା ଆଖପାଖ ଅଞ୍ଚଳର ଅନେକ ଭକ୍ତ ଲାଖବିନ୍ଧା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବହୁତ ସମୟ ଲାଖବିନ୍ଧା ପରେ ତୁରେକେଲା ଗ୍ରାମର ଜୟକୃଷ୍ଣ ନାଏକ ଖମ୍ବରେ ଝୁଲୁଥିବା ନଡିଆକୁ ଶରବିଦ୍ଧ କରିଥିଲେ । କମିଟି ତରଫରୁ ତାଙ୍କୁ ନୂଆ ଧୋତି ଗାମୁଛା ଦେବା ସହିତ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ପୂଜାକୁ ସଫଳ କରିବାରେ କମିଟିର ସଭ୍ୟ ଶ୍ରୀ ଜଳନ୍ଧର ମହାକୁଡ, ସରପଂଚ ପ୍ରମୋଦ କୁମାର ମହାପାତ୍ର, ସମିତି ସଭ୍ୟ ହେମ ପଣ୍ଡା, କାନ୍ତ ମଲ୍ଲିକ, ସୁଦାମ ବେହେରା, ସତ୍ୟ ରାଉତ, ସତ୍ୟ କର, ହେମନ୍ତ ବଗର୍ତ୍ତୀ, ମୁଟୁ ବେହେରା, କୁମର ସାହୁ,ପୂର୍ଣ୍ଣ ନାଏକ, ବିରଂଚି ରାଉତ, ପ୍ରେମରାଜ ପାଣିଗ୍ରାହୀଆଦି ସହଯୋଗ କରିଥିଲେ । ଠିକ ସେହିପରି ତୁରେକେଲା ନିକଟସ୍ଥ ବକବାହାଲ ନିକଟରେ ଥିବା ବନଦୁର୍ଗା ମନ୍ଦିରରେ ରିତିନୀତିରେ ଦୁର୍ଗା ମା’ଙ୍କ ପୂଜାର୍ଚ୍ଚନା ହୋଇଥିଲା । ପ୍ରତିଦିନ ଭକ୍ତମାନଙ୍କ ପାଇଁ ଭୋଗ ବ୍ୟବସ୍ଥା କରିବା ସହିତ ରାତିରେ ଦଣ୍ଡନୃତ୍ୟ, ନାଟକ ଆଦି କରାଯାଇଥିଲା ।

jittmm
Leave A Reply

Your email address will not be published.