om academy

ଆତଙ୍କବାଦୀ-ପୋଲିସ ଗୁଳି ବିନିମୟ : ୧୦ ଦିନରେ ନିହତ ହେଲେଣି ୧୧ ଆତଙ୍କବାଦୀ

jsm

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ଶୋପିଆଁ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିବା ଜଣାପଡିଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର ‘ଜୈଶ-ଏ-ମହମ୍ମଦ’ ସହିତ ସମ୍ପର୍କ ଥିବା ବେଳେ ଅନ୍ୟ ଜଣକ ସ୍ଥାନୀୟ ଆତଙ୍କବାଦୀ ବୋଲି ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଗତ ୧୦ ଦିନ ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ୧୧ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବିନିମୟ ହୋଇଛି । ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

Leave A Reply

Your email address will not be published.