om academy

ଏଲ୍‌ଇଡି ଟିଭି ବିସ୍ଫୋରଣ : ୧ ମୃତ ୨ ଗୁରୁତର

jsm

ଗାଜିଆବାଦ : ଏଲ୍‌ଇଡି ଟିଭି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଗୁରୁତର । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ହର୍ଷ ବିହାରରେ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ଓମିନ୍ଦ୍ର (୧୭) । ଖବର ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ୨ଟା ବେଳେ ସମସ୍ତ ପରିବାର ସଦସ୍ୟ ଟିଭି ଦେଖୁଥିଲେ । ଏହି ସମୟରେ ଏଲ୍‌ଇଡି ଟିଭିଟି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଓମିନ୍ଦ୍ର (୧୭), ତାଙ୍କ ମାଆ ଓମବତୀ (୫୦) ଏବଂ ଓମିନ୍ଦ୍ରଙ୍କ ସାନଭାଇ କରଣ (୧୬) ଗଭୀର ଆହତ ହୋଇଥିଲେ । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଟିବି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଓମିନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ତାଙ୍କ ମାଆ ଏବଂ ସାନ ଭାଇର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି । ସୂଚନାଥାଉକି, ଏଲ୍‌ଇଡି ଟିଭିରେ ଭୟଙ୍କର ବିସ୍ଫୋରଣ ହେବାରୁ ଓମିନ୍ଦ୍ରଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତାଙ୍କ ଘରର ଛାତ ସହିତ କାନ୍ଥ ମଧ୍ୟ ଭାଙ୍ଗିଯାଇଛି । କେମିତି ଏହି ବିସ୍ଫୋରଣ ହୋଇଛି ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ କରାଯାଉଛି । ଓମିନ୍ଦ୍ରଙ୍କ ଘର ଭିତରେ ଏହି ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣି ପାଖ ପଡ଼ୋଶୀମାନେ ମଧ୍ୟ ଘର ବାହାରକୁ ଚାଲିଆସିଥିଲେ । ଝରକାରୁ ଧୂଆଁ ବାହାରିବା ଦେଖି ଲୋକମାନେ ବିସ୍ଫୋରଣ ହୋଇଥିବା ଘର ଭିତରକୁ ଗଲେ ନାହିଁ । କିନ୍ତୁ କିଛି ଲୋକ ସାହାସ କରି ଘର ଭିତରକୁ ଯାଇଥିଲେ । ଘର ପୁରା ଧୂଆଁରେ ଭର୍ତ୍ତି ହେବା ସହିତ ପୋଡ଼ା ଗନ୍ଧ ଆସୁଥିଲା । ବିସ୍ଫୋରଣରେ ଆହତ ହୋଇଥିବା ଓମିନ୍ଦ୍ରଙ୍କ ପରିବାର ସାହାଜ୍ୟ ମାଗୁଥିଲେ । ଏହାପରେ କିଛି ଲୋକ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ମଧ୍ୟ ଲୋକମାନେ ଜଣାଇଥିଲେ । ଘଟଣାର ପୁରା ତଦନ୍ତ ସରିଲେ ବିସ୍ଫୋରଣର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.