csstore

କପିଲାଭଟା ହାଇସ୍କୁଲରେ ଆଜାଦୀ କା ଅମୃତ ମହୋତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାଂସଦଙ୍କ ପ୍ରତିନିଧି ଅନିଲ ନାଏକ, ବିଏଲସି ପ୍ରତିନିଧି ଥବିର ଚନ୍ଦ୍ର ବାଗ, ନରସିଂହ ଥନାପତି, କ୍ଷୀରସିନ୍ଧୁ ବଚ୍ଛା, କୁଶଧ୍ୱଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ, କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ନିଲମଣି ବିଶି, ଯୋଗୀଚନ୍ଦ୍ର ବିଶି, ସାରଙ୍ଗଧର ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିରେ ଛାତ୍ରଛାତ୍ରୀମାନେ ସହ ଯୋଗ କରିଥିଲେ ।

jayashree
Leave A Reply

Your email address will not be published.