ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଘର ହିଁ ବିଦ୍ୟାଳୟର ୨ୟ ପର୍ଯ୍ୟାୟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ପ୍ରାରମ୍ଭ, ଶିଶୁ ବୋଧ ଓ ନୂତନ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ଶିଶୁଙ୍କ ପିତାମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଭୋଇ ଦୀପ ପ୍ରଜ୍ୱଳନ କରିଥିବା ବେଳେ ଗୁରୁଜୀ ବିଜୟ ପଧାନ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ବହୁସଂଖ୍ୟାରେ ପିତାମାତା ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ ଓ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

six + eleven =