ବେଆଇନ ବାଲି ବୋଝେଇ ହାଇୱା ଜବତ

ପୁରୁଣାକଟକ : ବୌଦ୍ଧ ପରିବହନ ବିଭାଗ ଦ୍ୱାରା ଚାରିଛକଠାରେ ବେଆଇନ ଭାବେ ଯାଉଥିବା ୨ଟି ବାଲି ବୋଝେଇ ହାଇୱାକୁ ଜବତ କରି ପୁରୁଣାକଟକ ପୁଲିସର ଜିମା ଦେଇଛି । ଗାଡିର କାଗଜପତ୍ର ଠିକ୍‌ ନଥିବା ସହ ବାଲି ଓଭରଲୋଡିଂ କରି ହାଇୱା (ନଂ ଓଡି-୧୨ଏ-୮୯୭୨) ଏବଂ (ନଂ ଓଡି-୧୨ଡି-୭୨୩୧) ହରଭଙ୍ଗାରୁ ଫୁଲବାଣି ଯାଉଥିବା ବେଳେ ଚାରିଛକ ନିକଟରେ ପରିବହନ ବିଭାଗ ଗାଡି ଗୁଡିକ ଯାଞ୍ଚ କରିଥିଲା । ଚାଳକମାନେ ସଠିକ୍‌ କାଗଜପତ୍ର ଦେଖାଇ ନପାରିବାରୁ ଗାଡି ଜବତ କରାଯାଇ ଥାନାରେ ଅଟକ ଥିବା ପୁଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.

twelve + fourteen =