csstore

ପୁରୁଷ ହକି ବିଶ୍ୱ କପ୍‌ ଉପଲକ୍ଷେ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

  • ମହିଳା ହକି ବିଶ୍ୱ କପ୍‌କୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରତିଯୋଗିତା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବୁଧବାର ଦିନ ଅଧ୍ୟୟନରତ ଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗୋଲି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଯାଇଛି । ସାରା ଓଡିଶାରେ ଗ୍ରାମାଂଚଳରୁ ସହରାଂଚଳ ଯାଏ ପୁରୁଷ ହକି ବିଶ୍ୱ କପ୍‌ ପାଇଁ ଚଳଚଂଚଳ ହୋଇ ଉଠୁଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବାଦ୍‌ ପଡିନାହିଁ । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତଙ୍କ ତତ୍ୱାବଧାନରେ ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ରଙ୍ଗୋଲି ପ୍ରତିଯୋଗିତାରେ ଶୀତଳ ଶର୍ମା(ପ୍ରଥମ), ଡୋଲେଶ୍ୱରୀ ସତନାମୀ(ଦ୍ୱିତୀୟ), ରାଇବତୀ ବୁଡେକ(ତୃତୀୟ), ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଝରଣା ସିଂ(ପ୍ରଥମ), ଅଞ୍ଜଳି ସିପକା(ଦ୍ୱିତୀୟ), ଚନ୍ଦ୍ରିକା ପ୍ରଧାନୀ(ତୃତୀୟ) ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଅଧ୍ୟାପିକା/ ଅଧ୍ୟାପକ ସୁନନ୍ଦା ରଥ, ସୋମନାଥ ମେହେର, ଜିତେନ୍ଦ୍ର ସୁନା, କଲ୍ୟାଣି ମେହେର, ଲିପନିତା ପଧାନ, ନେପାକ ସେଠି ବିଚାରକ ମଣ୍ଡଳୀ ଭାବେ ଦାୟିତ୍ୱ ତୁଲାଇଥିଲେ । ମହିଳା ହକି ବିଶ୍ୱ କପ୍‌କୁ ଅଧିକ ଲୋକପ୍ରିୟ କରିବା ସହିତ ପ୍ରଚାର ପ୍ରସାର ପାଇଁ କଂଟାବାଂଜି ମହିଳା ଡିଗ୍ରୀ କଲେଜ ତରଫର ସ୍ୱତନ୍ତ୍ର ଭାବେ ଜାନୁଆରୀ ୧୧ ତାରିଖ ଦିନ ଏକ ଶୋଭାଯାତ୍ରା ମାଧ୍ୟମରେ ନଗର ପରିକ୍ରମା କରିବା ପାଇଁ ନିଷ୍ପତ୍ତି ନେଇଥିବା ଅଧ୍ୟକ୍ଷଙ୍କ ଠାରୁ ପ୍ରକାଶ ।

jayashree
Leave A Reply

Your email address will not be published.