pakka

ଆଦିବାସୀ ଦିବ୍ୟାଙ୍ଗ ଛାତ୍ରୀ ଅଞ୍ଜୁଙ୍କୁ ରାସନ କାର୍ଡ ପ୍ରଦାନ ପାଇଁ ବ୍ଲକ ପ୍ରଶାସନକୁ ଅନୁରୋଧ

l2

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ଗାଁର ଗରିବ ଆଦିବାସୀ ପ୍ରଫୁଲ୍ଲ ବରିହାଙ୍କ ଝିଅ ଅଞ୍ଜୁ ବରିହା ଜନ୍ମରୁ ଦିବ୍ୟାଙ୍ଗ । ହେଲେ ମଧ୍ୟ ଦୃଢ ମନୋବଳ ଯୋଗୁଁ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ବିକଳାଙ୍ଗ ସାର୍ଟିଫିକେଟ୍ ଥିବାରୁ ତାଙ୍କୁ ବିକଳାଙ୍ଗ ଭତ୍ତା ମିଳୁଛି । ତେବେ ଆଜି ପର୍ୟ୍ୟନ୍ତ ରାସନ୍ କାର୍ଡ ମିଳିନାହିଁ । ରାସନ କାର୍ଡ ମିଳିଲେ ତାଙ୍କ ପରିବାର ଉପକୃତ ହେବ ବୋଲି ମଞ୍ଜୁଙ୍କ ଗରିବ ଆଦିବାସୀ ମା-ବାପା କହିଛନ୍ତି । ଏନେଇ ସେମାନେ ଖପ୍ରାଖୋଲ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି । ବ୍ଲକ ପ୍ରଶାସନ ସହାୟତାର ହାତ ବଢାଇଲେ ଆଗକୁ ମଞ୍ଜୁଙ୍କ ଜୀବନର କିଛିଟା ସମସ୍ୟାର ସମାଧନ ହୋଇପାରିବ ବୋଲି ଆଶା ରଖିଛନ୍ତି ।

pp
Leave A Reply

Your email address will not be published.

5 × 5 =