csstore

ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ   

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୮ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମୃତ୍ତିକା ଅନୁକୂଳ କରାଯାଇଥିଲା । ଯଥାରୀତି ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମର ଟଙ୍ଗଜୋର କୂଳ ନିକଟରୁ ମୂର୍ତ୍ତି ପ୍ରସ୍ତୁତ ଉପଯୋଗୀ ମାଟି ଅନୁକୂଳ କରାଯାଇଥିଲା । ଗ୍ରାମବାସୀଙ୍କ ଉଦ୍ୟମରେ ଗତ ୪୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ବିଧି ଏବଂ ନିଷ୍ଠାର ସହ ପୂଜାର୍ଚ୍ଚନା ପାଳିତ ହୋଇଆସୁଛି । ମୃତ୍ତିକା ଅନୁକୁଳ କାର୍ଯ୍ୟକ୍ରମରେ ସଭାପତି ଅକ୍ଷୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ, ସମ୍ପାଦକ ଚିତ୍ତରଞ୍ଜନ ସାହୁ, କୋଷାଧ୍ୟକ୍ଷ ଗୋରେଖ ଭୋଇ, ଭକ୍ତବନ୍ଧୁ ସାହୁ, ମହିଧର ଭୋଇ, କୈଳାସ ସାହୁ, ଅଶୋକ ନାରାୟଣ ଭୋଇ, ବାବୁନା ସାହୁ, ରୂପେଶ ସାହୁ, ପୀୟୂଷ ଭୋଇଙ୍କ ସହ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.