pakka

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ନୂଆ-ଓ’ ଛାତ୍ରବୃତ୍ତି ଅନୁଦାନ ପତ୍ର ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାକାର୍ଯ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ସଭାର ପ୍ରାରମ୍ଭରେ ମହାବିଦ୍ୟଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଅଜୟ କୁମାର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ସରକାରଙ୍କ ନାରୀ ସଶକ୍ତିକରଣର ପ୍ରକୃତ ଉଦାହରଣ ସ୍ୱରୂପ ମୁଖ୍ୟ ଅତିଥି ଶ୍ରୀମତୀ ଦଳେଇଙ୍କୁ ତୁଳନା କରି ଅଭିହିତ କରିଥିଲେ । ଯାହାକି ଏହି ସୁନ୍ଦର ଜ୍ୱଳନ୍ତ ଉଦାହରଣ ଅନ୍ୟମାନଙ୍କୁ ଅନେକ ମାର୍ଗଦର୍ଶନ ଦେଇଛି ବୋଲି ତାତ୍ତ୍ୱିକ ଆଲୋଚନା ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ସଂଘମିତ୍ରା ଦଳେଇ ‘ନୂଆ-ଓ’ ଛାତ୍ରବୃତ୍ତିର ଆବଶ୍ୟକତା ଓ ସରକାରଙ୍କ ଉଚ୍ଚ ଶିକ୍ଷା ପ୍ରତି ଥିବା ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ତ୍ରିପାଠୀ ନିଜର ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି କିପରି ଉଚ୍ଚଶିକ୍ଷା ଗ୍ରହଣ କରିବାରେ ସାହାୟକ ହେବ, ସେ ବିଷୟରେ ମନ୍ତବ୍ୟ ରଖିଥିଲେ । ଏହି ସଭାରେ ଶ୍ରୀମତୀ ଦଳେଇଙ୍କୁ ଉତ୍ତରୀୟ ଓ ଉପଢୌକନ ଦେଇ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ‘ନୂଆ-ଓ’ ଛାତ୍ରବୃତ୍ତି କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଡକ୍ଟର ବିଷ୍ଣୁ ପ୍ରସାଦ କର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଛାତ୍ରବୃତ୍ତିର ଉପଯୁକ୍ତ ବିନିଯୋଗ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ସମସ୍ତ ଶ୍ରେଣୀର କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twenty − 10 =