ଆଇସେକ୍ଟ କମ୍ପ୍ୟୁଟର ସେଣ୍ଟର ତରଫରୁ ଇଡିପି ଟ୍ରେନିଂ ଅନ୍ତର୍ଗତ ବିଜୟ ଷ୍ଟିଲ୍‌କୁ ଯୁବ ଉଦ୍ୟୋଗୀଙ୍କ ଇଣ୍ଡଷ୍ଟ୍ରିଆଲ ଭିଜିଟ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଏକ ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ହେଉଛି ଆଇସେକ୍ଟ କମ୍ପ୍ୟୁଟର ସେଣ୍ଟର । ଏଠାରେ କମ୍ପ୍ୟୁଟର ଶିକ୍ଷା ସହ ଇଡିପି ଟ୍ରେନିଙ୍ଗ ନିସବଡ (ନେସନାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟର ପ୍ରିନିଆର୍ଷିପ ଆଣ୍ଡ ସ୍ମଲ ବିଜନେସ ଡେଭେଲୋପମେଣ୍ଟ) ସହାୟତାରେ ୩୦ ଯୁବ ଉଦ୍ୟୋଗୀଙ୍କୁ ନେଇ ଟିଟିଲାଗଡ଼ର ପ୍ରତିଷ୍ଠିତ ବିଜୟ ଷ୍ଟିଲ୍‌ ଫେକ୍ଟରିକୁ ବୈଷୟିକ ପରିଦର୍ଶନ କରିବାକୁ ପରିଚାଳକ ଶ୍ରୀଯୁକ୍ତ ଶିବାନନ୍ଦ ଦୀକ୍ଷିତଙ୍କ ସହ ଯାଇଥିଲେ । ବିଜୟ ଷ୍ଟିଲର ଚେୟାରମେନ ତ୍ରିଲୋକ ରାଓଙ୍କୁ ଭେଟିବା ପରେ ଫେକ୍ଟ୍ରୀ ବୁଲି ଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଜନେସ କିପରି ଆରମ୍ଭ କରାଯାଏ, କଣ କଣ ସାମଗ୍ରୀ ଦ୍ଵାରା ଜିନିଷ ପ୍ରସ୍ତୁତ ହେଉଛି, ଲୋନ କିପରି ମିଳିବ, ସରକାରୀ ସବ ସିଡି କିପରି ମିଳେ ଇତ୍ୟାଦି । ସବୁଆଡେ ବୁଲି ବୁଲି ପରିଦର୍ଶନ କରିବା ସହ ଭଲ ବ୍ୟବସାୟ କିପରି କରିହେବ ସେ ବିଷୟରେ ଜ୍ଞାନ ଆହରଣ କରିଥିଲେ ।

jittmm
Leave A Reply

Your email address will not be published.