csstore

ଚନ୍ଦଳୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ମହାକୁର ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ଭୋଇ ମୁଖ୍ୟ ଅତିଥି, ରାମପୁର ସିଆରସିସି ପ୍ରଦୀପ୍ତକିଶୋର ଦାଶ, ଗଜବନ୍ଧ ସିଆରସିସି ନରେନ୍ଦ୍ର ପୁରୋହିତ, ମାୟାବର୍ହା ସିଆରସିସି ସୌରଭ ସାହୁ, ମୋ ସ୍କୁଲ ଅଭିଯାନ ସଭାପତି ଦୁଲ୍ଲଭ ବାରିକ, ଏସ୍‌ଏମ୍‌ସି ସଭ୍ୟ ଶିବ ବିଶି ସମ୍ମାନିତ ଅତିଥିଭାବେ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବର ମହତ୍ୱ ବିଷୟରେ ଆଲୋକପାତ କରିବା ସହ କ୍ରୀଡା କ୍ଷେତ୍ରରେ ଆଗଭର ହେବା ପାଇଁ ଉତ୍ସାହିତ କରିଥିଲେ । ୨ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟ ପୁଟ, ଡିସ୍କସ ଥ୍ରୋ ପରି ୫୬ଟି ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଥିଲା । ବାଳକ ବିଭାଗରେ ସୋହନ ମହାନନ୍ଦ ଓ ବାଳିକା ବିଭାଗରେ ପ୍ରିତୀ ମଟାରୀ ଚମ୍ପିୟାନ ହୋଇଥିଲେ । ଶିକ୍ଷୟିତ୍ରୀ ଶାନ୍ତନା, ନିତୁ ପଧାନ, ଖେଳ ଶିକ୍ଷକ ଶ୍ରୀମନ୍ତ ପଧାନ, ଶିକ୍ଷକ ଅରୂପା ସାହୁ, ସୁଜିତ ବଗର୍ତି, ଦିବ୍ୟରଞ୍ଜନ ପଧାନ, ସନ୍ତୋଷ ଭୋଇ, ପ୍ରକାଶ ଭୁଏ, ସଂଜୀବ ଭୁଏ, ରମେଶ ପଧାନ, ବାସୁଦେବ ବିଶ୍ୱାଳ, ଖେଳ ପରିଚାଳନା କରିଥିଲେ । ପିଙ୍କୁ ଭୋଇ, ସୁନୀଲ ଭୋଇ, ନିଆଳି ସେଠୀ, ରଙ୍ଗ ବିଶି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସନ୍ତୋଷ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.