ls

ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

sb

ଯାଜପୁର : ଯାଜପୁର ଶାଖାର ନୂଆବର୍ଷ ବନ୍ଧୁମିଳନ ଓ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଆବାହିକା ସଂଯୁକ୍ତା ମହାପାତ୍ରଙ୍କ ଆବାହନରେ ଜାରକା ସ୍ଥିତ ତ୍ରିନାଥ ମନ୍ଦିରରେ ଶଖାର ବରିଷ୍ଟ ସଦସ୍ୟା ବିଦ୍ୟୁତଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକର ସମସ୍ତ ସଫଳ ଆୟୋଜିକା ମିନତି ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସଭା ପରିଚାଳନା କବି ପଦ୍ମଜା ଶରଣ କରିଥିଲେ । ସଭାର ଆଭିମୁଖ୍ୟ ସରିତା ପୃଷ୍ଟି ପାଠକରିଥିଲେ । ଶାଖାର ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ ଓଳାଶୁଣି ଠାରେ କବିି ଅମ୍ରିତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବା ସହିତ ସଭାର ରୂପରେଖ ବରିଷ୍ଠ ସଦସ୍ୟା କବି ମିରିନା ମହାନ୍ତି ପ୍ରକାଶକରିଥିଲେ । ଜିଲ୍ଲାର ବରିଷ୍ଠ ଲେଖିକା ମାନଙ୍କ ଅନୁଭୁତିକୁ ମାର୍ଗଦର୍ଶନ ଭାବେ ଗ୍ରହଣ କରି ନୂତନ ଲେଖିକାମାନଙ୍କୁ ଅନୁପ୍ରାଣିତ କରାଯିବ ବୋଲି ଆଲୋଚନା ପ୍ରକାଶ ପାଇଥିଲା । ଏହି ସଭାର ପରିଚାଳନା ଦାୟିତ୍ୱ ଜିଲ୍ଲାର ତିନିଗୋଟି ପିଢିର ୨୯ଜଣ ଲେଖିକା ସମ୍ପାଦନ କରିଥିବା ବେଳେ ବିଶିଷ୍ଠ ପ୍ରାବନ୍ଧିକା ଇନ୍ଦୁପ୍ରଭା ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.