ସଇଁତଲା, (ପ୍ରମୋଦ ସେଲମା) : ସରକାର ଗରିବ ଶ୍ରେଣୀ ଲୋକମାନଙ୍କ ମୃତ୍ୟୁ ସମୟରେ ଆର୍ଥିକ ଅଭାବ ଯୋଗୁଁ ଶବଦାହ ସମୟରେ ଘଟୁଥିବା ଅସୁବିଧାରୁ ମୁକ୍ତି ଦେବା ପାଇଁ ହରିଶ୍ଚନ୍ଦ୍ର ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଏହି ଶବଦାହ ସମୟରେ ହିଁ ୩ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରାବଧାନ କରିଥିଲେ ମଧ୍ୟ ହିତାଧିକାରୀମାନେ ତାହାର ସୁଫଳ ପାଇପାରୁ ନାହାନ୍ତି । ଏପରିକି ଶବଦାହ ହେବା ଠାରୁ ବାର୍ଷିକ ଶ୍ରାଦ୍ଧ ହେବା ପରେ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାରେ ଲୋକେ ଆର୍ଥିକ ସହାୟତା ପାଇପାରୁ ନଥିବା ଭଳି ମାଲ ମାଲ ଗୁରୁତର ଅଭିଯୋଗ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଦେଖିବାକୁ ମିଳିଥିଲା । ଉକ୍ତ ବ୍ୟତିକ୍ରମଟି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁମ୍ଭାରୀ ପଞ୍ଚାୟତରେ ଦେଖିବାକୁ ମିଳିଥିଲା । ପ୍ରକାଶ ଯେ, ଏହି ପଞ୍ଚାୟତରେ କୌଣସି ଜଣେ ଗରିବ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁବରଣ ଘଟି ଯାଉଥିବା ବେଳେ ତାଙ୍କୁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରୁ ବଞ୍ଚିତ ହେବାକୁ ପଡୁଛି । ଏପରିକି ଜଣେ କି ଦୁଇ ଜଣ ନୁହେଁ ମାଲ ମାଲ ହିତାଧିକାରୀ ଅଭିଯୋଗ ଉଠାଇଛନ୍ତି । ଯାହା ଫଳରେ ହିତାଧିକାରୀମାନେ ୨/୩ ବର୍ଷ ହେଲା ହିତାଧିକାରୀମାନଙ୍କୁ ଟଙ୍କା ମିଳୁନାହିଁ । ଏନେଇ ହିତାଧିକାରୀମାନେ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନା ପାଇବା ଆଶାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଗରିବ ଲୋକଙ୍କୁ ପାଉଣା ଦିଆଯାଉନି ବୋଲି ହିତାଧିକାରୀମାନେ ସଇଁତଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ କ୍ଷୋଭ ସହ ପ୍ରକାଶ କରିଥିଲେ । ଯଦି ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗରିବ ହିତାଧିକାରୀମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ଶୀଘ୍ର ପ୍ରଦାନ ନକଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ରହିମ ପ୍ରଧାନଙ୍କୁ ପଚାରିବାରୁ କୌଣସି ଅଭିଯୋଗ ପତ୍ର ଦେଇ ନଥିବା ପ୍ରକାଶ କରିଥିଲେ । ଏଥିରେ ହିତାଧିକାରୀମାନେ ହେଲେ ସରସ୍ୱତୀ ବଗର୍ତ୍ତି, ତୁଳା ସାମଲ, କୁଣ୍ଡ ନାୟକ, ବଂଶୀଧର ବଗର୍ତ୍ତି, ମନୋଜ ରଣା, ସତ୍ୟ ରଣା, ବଳକି ବଗର୍ତ୍ତି, କୁଞ୍ଜବିଭାରି ବଗର୍ତ୍ତି, ଗୌତମ ରଣା, ଭିକ ବଗର୍ତ୍ତି , ଗଣେଶ ମନହୀରା, ଶ୍ରୀମୁଖ ମନହୀରା, ମନଭାଙ୍ଗି ମନହୀରା, ଚୈତନ୍ୟ ରଣା, ଯମୁନା ମନହୀରା ପ୍ରମୁଖ ଅଭିଯୋଗ କରିଛନ୍ତି ।
Prev Post