ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ବିଭାଗକୁ ଅଣଦେଖା କରୁଛି ପ୍ରଶାସନ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡିଶା ସରକାର ଡ଼ିମ୍ଡିମି ପିଟୁଥିବା ବେଳେ ଦୀପତଳ ଅନ୍ଧାର ସଦୃଶ୍ୟ । ଖୋଦ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନ ମଣ୍ଡଳିରେ ଏହା ଦେଖିବାକୁ ମିଳିଛି । ତାର ଜ୍ଵଳନ୍ତା ଉଦାହରଣ ହେଉଛି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଡୋର ଗାଁରେ ଥିବା ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର । ଏହି କେନ୍ଦ୍ର ଦୀର୍ଘ ୪ବର୍ଷ ହେବ ସେହି ଅବସ୍ଥାରେ ପଡିରହିଛି । ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ କୁନି କୁନି ଛୁଆମାନେ ପାଠ ପଢିବାରୁ ବଞ୍ଚିତ ରହୁଛନ୍ତି । ତା’ସହ ଶିଶୁ ମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ପାଇବାରୁ ମଧ୍ୟ ବଞ୍ଚିତ ଅଛନ୍ତି । କେନ୍ଦ୍ର ନଥିବାରୁ ବାଧ୍ୟ ହୋଇ ଅଙ୍ଗନୱାଡି ଦିଦି ତାଙ୍କର ଏକ କୋଠରୀରେ ପାଠ ପଢ଼ାଉଛନ୍ତି । ଏଥିରେ ଅନେକ ଶିଶୁ ମାନେ ଯାଉ ନାହାଁନ୍ତି । ଏହା ଆମେ କହୁନାହୁଁ ଏହା କହୁଛନ୍ତି ଉକ୍ତ ଗ୍ରାମର ଗ୍ରାମବାସୀ । ଏହାର ତୁରନ୍ତ ସମାଧାନ କରି ଉକ୍ତ ଅଙ୍ଗନୱାଡି କେନ୍ଦ୍ର ସମ୍ପୂର୍ଣ୍ଣ କଲେ କୁନି କୁନି ଶିଶୁ ମାନେ ଭଲଭାବରେ ପାଠ ପଢିପାରିବେ ବୋଲି ଗ୍ରାମବାସୀ କହିଛନ୍ତି ।