ପଦ୍ମପୁରକୁ ଜିଲ୍ଲା ଘୋଷଣା ପାଇଁ ତେଜୁଛି ଆନ୍ଦୋଳନ : ୪୮ ଘଣ୍ଟା ପାଇଁ ପଦ୍ମପୁର ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀରେ ପୁଣି ତେଜୁଛି ଆନ୍ଦୋଳନ । ବିଭିନ୍ନ ସାଂଗଠନିକ ସମର୍ଥନରେ ପଦ୍ମପୁର ନାଗରିକ କମିଟିର ଆହ୍ୱାନ କ୍ରମେ ୪୮ ଘଣ୍ଟା ପାଇଁ ଦିଆଯାଇଛି ପଦ୍ମପୁର ବନ୍ଦ ଡାକରା । ବନ୍ଦକୁ ସମର୍ଥନ ଜଣାଇ ଆଜି ସକାଳୁ ସମସ୍ତ ଦୋକାନ, ସରକାରୀ ବେସରକାରୀ ବ୍ୟସାୟିକ ଅନୁଷ୍ଠାନ, ସ୍କୁଲ, କଲେଜ କାର୍ଯ୍ୟାଳୟ ଆଦିକୁ ବନ୍ଦ କରିଛନ୍ତି ଅଞ୍ଚଳବାସୀ । ତେବେ ଗତ ୧୯୯୩ ମସିହା ଜିଲ୍ଲା ଗଠନ ସମୟରେ ଭୌଗୋଳିକ ସ୍ଥିତି ଓ ଅବସ୍ଥିତି ଯୋଗୁଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପରେ କିନ୍ତୁ ପଦ୍ମପୁରକୁ ବାଦ ଦେଇ ନୂଆପଡ଼ାକୁ ନୂତନ ଜିଲ୍ଲା ଘୋଷଣା କରାଯାଇଥିବା ବେଳେ ପଦ୍ମପୁରକୁ ବରଗଡ଼ ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଥିଲା । ତେବେ ଗତ ୨୦୧୯ରେ ମଧ୍ୟ ଏହି ଦାବୀ ଉପସ୍ଥାପନ ବହୁ ତୀବ୍ର ରୂପ ନେବା ସହ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଥା ଅନୁଯାୟୀ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ଲୋକେ । ତେବେ କୌଣସି ପ୍ରତିକ୍ରିୟା ପ୍ରକାଶ ନହେବାରୁ ଅଞ୍ଚଳର ବିକାଶ ପାଇଁ ବହୁ ଦିନରୁ ଅଞ୍ଚଳବାସୀ ଜିଲ୍ଲା ମାନ୍ୟତା ପାଇଁ ଦାବୀ କରି ଆସୁଥିବା ବେଳେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ୬ଟି ବ୍ଲକ ଯଥା ଝାରବନ୍ଧ, ପାଇକମାଲ, ରାଜବୋଡ଼ାସମ୍ବର, ଗାଇସିଲଟ, ବିଜେପୁର, ସୋହେଲା ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, କାର୍ଯ୍ୟାଳୟ, କର୍ମଚାରୀ ନିଯୁକ୍ତି, ଟୁରିଜିମ୍‌ର ବିକାଶ ଆଦି ଦାବୀ ନେଇ ଆଗକୁ ଆସୁଥିବ ଉପନିର୍ବାଚନ ପୂର୍ବରୁ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ନିଜ ହକ୍ ପାଇଁ ଦାବୀ କରିଛନ୍ତି ଉପଖଣ୍ଡବାସୀ । ଅନ୍ୟପଟେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.

12 + 7 =