ଫସ୍‌ଫେଟ୍‌ ଓ ପଟାସ୍‌ ସାର ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବ୍‌ସିଡି ଦରକୁ କ୍ୟାବିନେଟ୍‌ ମଞ୍ଜୁରି

• ୨୦୨୨-୨୩ ରବି ଋତୁ ଲାଗି ଅକ୍ଟୋବର ପହିଲା ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବ ଲାଗୁ
• ୫୧,୮୭୫ କୋଟି ଟଙ୍କାର ସବସିଡିକୁ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସ୍‌ଫେଟ୍‌ ଓ ପଟାସ୍‌ ସାର ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବ୍‌ସିଡି ଦରକୁ ମଞ୍ଜୁରି ମିଳିଛି । ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ । ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ । ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି ।

ଆର୍ଥିକ ବ୍ୟୟବରାଦ:
୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍‌ ୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି । ଏଥିରେ ଫ୍ରିଟ୍‌ ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି ।
ଲାଭ:
କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଦ୍ବାରା ୨୦୨୨-୨୩ ରବି ଋତୁରେ ସବୁ ଚାଷୀଙ୍କୁ ଶସ୍ତା/ସବସିଡି ଦରରେ ସମସ୍ତ ପିଏଣ୍ଡକେ ସାର ଉପଲବ୍ଧ ହୋଇପାରିବ ଏବଂ ଏହା କୃଷି କ୍ଷେତ୍ରକୁ ମଧ୍ୟ ସହାୟକ ହେବ । ଅନ୍ତର୍ଜାତୀୟ ବଜାରରେ ସାର ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ କଞ୍ଚାମାଲର ଅଭାବ ସମସ୍ୟାକୁ କେନ୍ଦ୍ର ସରକାର ସବସିଡି ଓ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ପ୍ରାୟତଃ ନିୟନ୍ତ୍ରଣ କରି ଆସୁଛନ୍ତି ।

Leave A Reply

Your email address will not be published.

1 × 5 =