ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ପେକ୍ସ ଠାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପୁଇଁନ୍ତଲା ମଣ୍ଡି ପରିଦର୍ଶନରେ ଯାଇଥିବା ସମୟରେ ବିଜେଡି କର୍ମୀ ଅଣ୍ଡାମାଡ କରିଛନ୍ତି । ଆଜି ସକାଳୁ ଭାଲେର ଛକ ଠାରେ ବିଜେଡି କର୍ମୀମାନେ ବିଧାୟକଙ୍କୁ କଳାପତାକା ମଧ୍ୟ ଦେଖାଇଥିଲେ । ଯାହା ଫଳରେ ଏହାର ପ୍ରତିବାଦ କରିବାରୁ ବିଜେପି ଓ ବିଜେଡି କର୍ମୀ ଠେଲାପେଲା ହୋଇଥିଲେ । ଏତିକିରେ ବିଜେଡି କର୍ମୀଙ୍କ ରାଗ କମିନଥିଲା । ପୁଇଁନ୍ତଲା ପେକ୍ସ ପରିଦର୍ଶନରେ ଯିବା ସମୟରେ ବିଜେଡି କର୍ମୀ ମାନେ ବିଧାୟକଙ୍କୁ ପୁଣିଥରେ ଅଣ୍ଡା ମାଡ କରିଥିଲେ । ଯାହା ଫଳରେ ଉଭୟ ବିଜେଡି ବିଜେପି କର୍ମୀ ପୁଣି ଥରେ ପିଟାପିଟି ହୋଇଥିବା ଜଣାପଡିଛି । ବଲାଙ୍ଗିର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

5 × 1 =

error: Content is protected !!