csstore

କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିକ୍ଷକ, ଶିକ୍ଷୟିତ୍ରୀ ଏକ ଦିବସୀୟ ମିଟିଂ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସ୍ଥାନୀୟ କଣ୍ଟାବାଞ୍ଜି ରାଷ୍ଟ୍ରୀୟ ହିନ୍ଦୀ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ମାସର କଣ୍ଟାବାଞ୍ଜି ସହରାଞ୍ଚଳ ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ୍‌ରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସ୍ୱାଗତ ଜଣାଇ ଆଜିକାର ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ବିଷୟ ବସ୍ତୁ, ମାନ ନିର୍ଦ୍ଧାରଣ ଫର୍ଦ୍ଦ ପୁରଣ, ଜାତୀୟ ଉପଲବ୍ଧି ପରୀକ୍ଷଣ (ପରଖ) ପାଇଁ ପ୍ରସ୍ତୁତି, ନିପୁଣ ଓଡିଶା କାର୍ଯ୍ୟକ୍ରମ, ଆପାର୍ ଆଇଡି ଖୋଲିବା ଇତ୍ୟାଦି ଆଲୋଚନା ହୋଇଥିଲା । ବୈଠକରେ ଶିକ୍ଷୟିତ୍ରୀ ଅଞ୍ଜଳୀ ମାଝୀ, ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ, ସବିତା ରଣା, ସୁଭାଷିନୀ ମେହେର, ଭାରତୀ ଦାସ, ଲାବଣ୍ୟ ବତି ଧରୁଆ, ସୁରେନ୍ଦ୍ର ମାଝୀ, ମୀନୁ ସୁନା, ସୁନନ୍ଦା ପୁରୋହିତ, ସୁନୀତା ମେହେର, ବୀଣାପାଣି ଦାସ, କୁସୁମ ମଞ୍ଜରି ନାଗ, ସବିତା ପାଣିଗ୍ରାହୀ, ଅଞ୍ଜଳୀ ନାୟକ, ବୀଣାପାଣି ପାଣିଗ୍ରାହୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.