
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରେଲୱେଷ୍ଟେସନ ଠାରେ ଭୁବନେଶ୍ୱରରୁ ଆସିଥିବା ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ବଲାଙ୍ଗିର ଖୁଜେନପାଲି ରେଳ ଫାଟକରେ ଏକ ଫ୍ଲାଇଓଭର ନିର୍ମାଣ କରିବାକୁ କାଲସାଏ ପାଲି, ଖୁଜେନ ପାଲି, ବାଗଭାଡି ଓ ବିଭିନ୍ନ ଗ୍ରାମର ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବଲାଙ୍ଗିରର ଖୁଜେନ ପାଲି ରେଲୱେ ଫାଟକ ଠାରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି ଅନେକ ସମୟରେ ଗେଟ୍ ବନ୍ଦ ରହିବା ହେତୁ ଅନେକ ସ୍କୁଲ, କଲେଜ, ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ମଧ୍ୟ ଅନେକ ସମୟରେ ଅଟକି ରହୁଛି ଯାହା ଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଥିବାର ନଜର ରହିଛି । ଏହାକୁ ଆଖି ଆଗରେ ରଖି ଆଜି ଭୁବନେଶ୍ୱରରୁ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ଟିଟିଲାଗଡ଼ରୁ ସମ୍ବଲପୁର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ତଦାରଖ କରିବା ପାଇଁ ଆସିଥିବା ବେଳେ ବଲାଙ୍ଗିର ଖୁଜେନ ପାଲି ରେଲୱେ ଫାଟକରେ ଏକ ଅଭର ବ୍ରିଜ୍ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଗଲା । ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ସଂଗଠକ ବିନୋଦ କାଲସାଏ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ସଞ୍ଜୁ ଷାଣ୍ଡ, ସସି ଦିକ୍ଷୀତ, ସଞ୍ଜୟ ତ୍ରିପାଠୀ, ସୁରେଶ ସାହୁ ଓ ସାମ୍ବାଦିକ ସନ୍ତୋଷ ଦାସ ଉପସ୍ଥିତ ଥିଲେ ।