pakka

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ସରକାରୀ ସହାୟତା ପାଇଲେ ଦୁଇ ଅନାଥ ଝିଅ

bbehera

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସାଗରୀକା ନାମ୍ନୀ ଜଣେ ମା ବାପା ଛେଉଣ୍ଡ ନାବାଳିକା ଝିଅ ସାଗରୀକା ତେଲେଙ୍ଗାନା ଇଟା ଭାଟିରେ ବନ୍ଧକ ରହିବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଉଭୟ ଓଡିଶା ରାଜ୍ୟ ଓ ତେଲେଙ୍ଗାନା ରାଜ୍ୟର ସମ୍ପୃକ୍ତ ଜିଲ୍ଲାପାଳ ଦୟଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ସାଗରୀକା ଓ ଭଉଣୀ ପ୍ରିୟଙ୍କା ମା’ଙ୍କ ଦେହାନ୍ତ ହୋଇ ବର୍ଷେ ପୁରି ସାରିଛି । ସେମାନେ ବହୁତ କଷ୍ଟରେ ଚଳୁଥିଲେ । ଭଙ୍ଗା ଦଦରା ଘରେ ଅସହାୟ ଅବସ୍ଥାରେ ସେମାନେ ଦୁଇ ଭଉଣୀ ରହୁଛନ୍ତି । ଖବର ଅନୁସାରେ ଚନ୍ଦାହାଣ୍ଡି କେନାଲ ସାହିର ବିଧବା ଅନାଦି ଚୌହାନ ରାଜଗାରିଆ ସ୍ୱାମୀଙ୍କୁ ହରାଇଲାପରେ ଭାଙ୍ଗି ନପଡି ଦୁଇ ମେଧାବୀ ଝିଅଙ୍କୁ ପାଠ ପଢେଇବାକୁ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଚାଳିଶି ହଜାର ଟଙ୍କା ଋଣ ଆଣିଥିଲେ । ପର ଘରେ ବାସନ ମାଜି କିଛି ଅର୍ଥ ସୁଝିଥିଲେ । ପରେ ଦଲାଲଙ୍କ କଥାରେ ପଡି ତେଲେଙ୍ଗାନା ରାଜ୍ୟର ଏକ ଇଟାଭାଟିକୁ ନିଜର ସାନ ଝିଅ ସାଗରୀକାକୁ ନେଇ ଦାଦନ ଖଟିବାକୁ ଯାଇଥିଲେ । ପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ଋଣ ସୁଝିବାକୁ ସେଠାରେ ସାଗରୀକାକୁ ଛାଡି ମଲିକ ଠାରୁ ଟଙ୍କା ଆଣି ଲକ୍‌ଡାଉନ୍‌ ପୂର୍ବରୁ ଚାଲିଆସିଥିଲେ । ଚିକିତ୍ସା ଅଭାବରୁ ତାଙ୍କର ଦେହାନ୍ତ ହୋଇଗଲା । ପରେ ବହୁତ କଷ୍ଟରେ ସାଗରୀକା ତେଲେଙ୍ଗାନାର ଇଟାଭାଟିରୁ ଉଦ୍ଧାର ହେଲେ । ସେମାନେ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ବନ୍ଧକ ଥିଲା । ସେମାନେ ଏକ ଭଙ୍ଗାଘରେ ରହୁଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହା ଜାଣିଲା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଏହି ସମସ୍ୟାକୁ ନବରଙ୍ଗପୁର ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କୁ ଉଦ୍ଧାର କରି ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତା ପହଂଚି ତାଙ୍କୁ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ । ସେମାନଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ଦେଇଥିବା ସୂଚନା ମିଳିଛି । ପାନବେଡା କଲେଜ, ଚନ୍ଦାହାଣ୍ଡିରେ ପ୍ରିୟଙ୍କା +୨ ଦ୍ୱିତୀୟ ବର୍ଷ ଓ ସାଗରୀକା +୨ ପ୍ରଥମ ବର୍ଷରେ ପଢୁଛନ୍ତି । ସେହି କଲେଜର କମିଟିରେ ନବରଙ୍ଗପୁର ଉପଜିଲ୍ଲାପାଳ ଥିବାରୁ ଦୁଇ ଝିଅଙ୍କୁ ଗୋପବନ୍ଧୁ ସହାୟତା ଯୋଜନା ଓ ଗ୍ରୀନ ପେସେଜ ଯୋଜନାରେ ସାମିଲ କରି ଉଚ୍ଚ ଶିକ୍ଷା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ତାଙ୍କର ଘର ମରାମତି କରିବା ପାଇଁ ୧୫ହଜାର ଟଙ୍କା ଦେବାକୁ ଚନ୍ଦାହାଣ୍ଡି ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି । ସେମାନଂକୁ ଖୁବ ଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

seventeen + six =