pakka

ଉଭୟ ମହିଳା ଓ ପୁରୁଷ ହକି ଦଳ ଆଜି ଭୁବନେଶ୍ୱରରେ ପହଁଚିବେ

bbehera

ଭୁବନେଶ୍ୱର : ଆଜି ଅପରାହ୍ନ ୧୧ଟା୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ମହିଳା ଓ ପୁରୁଷ ହକି ଦଳ । ବିମାନ ବନ୍ଦରରେ ସମସ୍ତଙ୍କୁ ଓଡିଶା ସରକରାଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ତେବେ କୋଭିଡ କଟକଣା ଯୋଗୁଁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜଣାପଡିଛି । ପରେ ୩ଟାରୁ ୩ଟା୩୦ ପର୍ୟ୍ୟନ୍ତ ପ୍ରେସମିଟର ଆୟୋଜନ କରାଯିବାକୁ ଥିବା ବେଳେ ୪ଟା୨୫ରେ ଖେଳାଳି ଏବଂ ସମ୍ମାନିତ ବ୍ୟକ୍ତିମାନେ କଳିଙ୍ଗ ଷ୍ଟାଡିୟମକୁ ଯିବେ । ସନ୍ଧ୍ୟା ୫ଟାରୁ ୫ଟା୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖେଳାଳିମାନଙ୍କ ଫଟୋଶୁଟ କରାଯିବ । ୬ ଟା ୩୦ରେ ଲୋକସେବା ଭବନରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେବ । ଶେଷରେ ହକି ଷ୍ଟାଡିୟମରେ ରାତ୍ର ୮ଟାରେ ନୈଶ୍ୟ ଭୋଜିର ଆୟୋଜନ କରାଯିବ।

jay balangir
Leave A Reply

Your email address will not be published.

5 + five =