
ବରଗଡ଼, (ମୁନ୍ନା ସାହୁ) : ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ଆମରଣ ଅନଶନରେ ବସିଥିବା କୋଶଲ ସଂଗ୍ରାମୀ ସୁଶାନ୍ତ ମିଶ୍ରଙ୍କ ସମର୍ଥନରେ ବିଜେଡିର ଏକ ପ୍ରତିନିଧି ଦଳ ଗାନ୍ଧୀଛକକୁ ପହଂଚିଥିଲେ । ମଙ୍ଗଳବାର ଦିବା ୧୧ ଘଣ୍ଟା ସମୟରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଜାପାନ ମହାପାତ୍ର, ପୌରାଧ୍ୟକ୍ଷା କଳ୍ପନା ମାଝୀଙ୍କ ସମେତ ବିଜେଡିର ଏକ ପ୍ରତିନିଧି ଦଳ ଗାନ୍ଧୀଛକରେ କୋଶଲ ସଂଗ୍ରାମୀ ସୁଶାନ୍ତ ମିଶ୍ରଙ୍କୁ ସମର୍ଥନ ଜଣାଇଛନ୍ତି । ପୂର୍ବ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଏନେଇ ଚିଠି ଲେଖିଥିବା ବେଳେ ବତ୍ତର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ଉଭୟରେ ବିଜେପିର ସରକାର ଥିଲେ ମଧ୍ୟ କେଉଁ କାରଣରୁ ଅବହେଳା କରାଯାଉଥିବା ଜଣାଇଛନ୍ତି ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ।