pakka

ଅନୈତିକ ସମ୍ପର୍କ ହେଲା କାଳ : ସାନଭାଇର କୋଦାଳ ଚୋଟରେ ବଡ଼ ଭାଇର ମୃତ୍ୟୁ

bbehera

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ବିଜେପୁର ଥାନା ପରିସରଭୁକ୍ତ ବୁଡ଼ାପାଲି ପଂଚାୟତ ଅନ୍ତର୍ଗତ ଲେମଧର ଗ୍ରାମରେ ଏକ ଚାଂଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏ ଘଟଣାରେ ସାନ ଭାଇର କୋଦାଳ ମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି । ଏନେଇ ବିଜେପୁର ଥାନାରେ ଖବର ପହଂଚିବା ପରେ ସନୟ କୁମାର ନାଏକ ଓ ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ଭୋଇ ସଦଳବଳେ ଲେମଧର ଗ୍ରାମକୁ ଯାଇ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଲେମଧର ଗ୍ରାମର କୈଲାସ ସାହୁ ଏବଂ ଭାଉଜ ବିଲରେ କାମ କରିବାକୁ ଆସିଥିବା ବେଳେ ବିଲରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ଖବରପାଇ ବଡ଼ ଭାଇ ଝସକେତନ ସାହୁ ବିଲରେ ପହଂଚିବା ପରେ ଦିଅର ଭାଉଜକୁ ଅସଂଯତ ଅବସ୍ଥାରେ ଦେଖି ରାଗି ଯାଇ ଏକ ବାଡ଼ିରେ କୈଳାସକୁ ଏକ ପାହାର ଦେଇଥିଲେ । ଫଳରେ କୈଳାସ ଅଚେତ ହୋଇ ତଳେ ପଡି ଯାଇଥିଲେ । ସ୍ୱାମୀ ସ୍ତ୍ରୀ ପାଣି ଛିଞ୍ଚି ଚେତା ଫେରାଇ ଆଣିଥିଲେ । ଏହାପରେ ଦୁଇ ଭାଇଙ୍କ ମଧ୍ୟରେ ବିତର୍କ ହୋଇ ସାନଭାଇ ବଡ଼ ଭାଇଙ୍କୁ କୋଦାଳରେ ଆକ୍ରମଣ କରିଥିଲା । ଫଳରେ ବଡ଼ଭାଇର ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇ ତଳେ ଟଳି ପଡ଼ି ଛଟପଟ ହେଉଥିଲେ । ଏହାକୁ ନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ହେଲେ ଆମ୍ବୁଲାନ୍ସକୁ ପହଂଚିବାରେ ବିଳମ୍ବ ହେବାରୁ ଏକ ବୋଲେରୋ ସାହାଯ୍ୟରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା । ବିଜେପୁରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ଅତ୍ୟନ୍ତ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ଭାଇ ଝସକେତନଙ୍କ ମୃତ୍ୟୁ ହୋଇଥିଲା । ଏନେଇ ବିଜେପୁର ପୋଲିସ ପକ୍ଷରୁ ୨୦୪/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୈଳାସ ସାହୁକୁ ଅଟକ ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

4 × two =