ପ୍ରବନ୍ଧ ସଙ୍କଳନ ଅନ୍ଧ ପୁଟୁଳି ଅନାବରଣ

ଜୟପାଟଣା, (ଶେଷଦେବ ବେହେରା) : ବର୍ଷ ବର୍ଷ ଧରି ନିଜର ଶିକ୍ଷକତା ଜୀବନକାଳ ମଧ୍ୟରେ ବାସ୍ତବତାର ଖୋଜ ସହ ସାମାଜିକ ଜୀବନର ଅନେକ ପୃଷ୍ଠାକୁ ଯୋଡି ଅନ୍ଧ ପୁଟୁଳି ନାମକ ପ୍ରବନ୍ଧ ଗୁଛକୁ ଜନ୍ମ ଦେଇଥିବା ମୀନା କୁମାରୀ ମୁଣ୍ଡ ଏହି କୃତିର ଶୁଭ ଉନ୍ମୋଚନ ହୋଇଯାଇଛି । ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧିକ ମଣ୍ଡପଠାରେ ଆୟୋଜିତ ଅନ୍ଧ ପୁଟୁଳି ପୁସ୍ତିକାର ଉନ୍ମୋଚନ ଉତ୍ସବରେ ପୂଜ୍ୟ ସ୍ୱାମୀ ପୂର୍ଣାନନ୍ଦ ପୁରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଧର୍ମଗଡ ମହାବିଦ୍ୟାଳୟ ଅଧ୍ୟକ୍ଷ ବଙ୍କିମ ଚନ୍ଦ୍ର ମୁଣ୍ଡ ସମୀକ୍ଷକ ଭାବରେ ଯୋଗ ଦେଇ ପ୍ରବନ୍ଧ ଗୁଡ଼ିକର ବିଭିନ୍ନ ଦିଗକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସାମ୍ବାଦିକ ଶେଷଦେବ ବେହେରା ବର୍ଷୀୟାନ କବି ସୋହନ ଲାଲ ଅଗ୍ରୱାଲ, ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ମୀନା କୁମାରୀ ମୁଣ୍ଡ, ଗୁପ୍ତେଶ୍ୱର ପଣ୍ଡା ପ୍ରମୁଖ ପ୍ରବନ୍ଧର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳରୁ କବି, ଲେଖକ, କବୟିତ୍ରୀମାନେ ଯୋଗ ଦେଇ କବି ଓ ଲେଖକଙ୍କ ଅନବରତ ସାଧନା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଅତିଥି ପରିଚୟ କରିଥିବା ବେଳେ ଯୁବ କବି ଆଶୁତୋଷ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।

Leave A Reply

Your email address will not be published.