csstore

ଆଜି ଛାଡଖାଇ କିନ୍ତୁ ଆମିଷ ବଜାର ଖାଁ ଖାଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କାର୍ତ୍ତିକ ମାସ ପରେ ଗତକାଲି ମାର୍ଗଶୀର ମାସ ଗୁରୁବାର ଦିନ ଛାଡଖାଇ ପଡିଥିବାରୁ ଆମିଷ ବଜାରରୁ ମୁଁହ ମୋଡ଼ିଥିଲେ ଲୋକେ । ଆଜି ଶୁକ୍ରବାର ଦିନ ଛାଡଖାଇ ପାଳନ କରୁଥିବାରୁ ଆମିଷ ବଜାରରେ ପ୍ରବଳ ଗହଳି ହେବା ନେଇ ଆଶା ବାନ୍ଧି ବସିଥିଲେ ଆମିଷ ବେପାରୀ । କିନ୍ତୁ ଆଜି ଆମିଷ ବଜାର ଦେଖିଲା ବେଳକୁ ଖାଁ ଖାଁ ଲାଗୁଥିଲା । ଆମେ ପରିବା ବଜାରରେ ଥିବା କିଛି ଲୋକଙ୍କୁ ପଚାରି ବୁଝିବାରୁ ଆସ୍ତେ ଆସ୍ତେ ଜନସାଧାରଣରେ ଆମିଷ ମୋହ ତୁଟୁ ଥିବା କିଛି ବ୍ୟକ୍ତି ପ୍ରକାଶ କରିଥିଲେ । କାରଣ ପଚାରିବାରୁ କିଛି ଯୁବଗୋଷ୍ଠୀ ସୋସିଆଲ ମିଡିଆରେ ପ୍ରେମାନନ୍ଦଜୀ ମହାରାଜଙ୍କ ସହ ଅନେକ ବାବାଙ୍କ ନୀତିବାଣୀର ମହତ୍ତ୍ୱ ପ୍ରକାଶ କରିବା ସହ ହିନ୍ଦୁ ଧର୍ମ ଅନୁସାରେ ଜୀବଜନ୍ତୁଙ୍କୁ ହତ୍ୟାକରି ମାଛ ମାଂସ ଖାଇବା ମହାପାପ ଉଦାହରଣ ଦେବା ସହ ପରିତ୍ୟାଗ କରିଥିବା କଥା ପରିପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.