pakka

ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିରେ ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ଆଲୋଚନାଚକ୍ର

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ସୁବର୍ଣ୍ଣପୁରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜାଦୀ କା ଅମୃତ ମହୋତ୍ସବକୁ ନେଇ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସଭାପତିତ୍ୱ କରି ମହାତ୍ମାଗାନ୍ଧୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଐତିହାସିକ ଡ.କେଦାରନାଥ ମିଶ୍ର ଓ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ.ଦେବାଶିଷ ପାଣ୍ଡିଆ ଗାନ୍ଧୀ ଦର୍ଶନ ଆଜି ସମସ୍ତ ସୀମା ସରହଦକୁ ଡେଇଁ ଏକ ଚେତନାରେ ପରିଣତ ହୋଇଯାଇଛି ବୋଲି କହିଥିଲେ । ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନ ଓଡିଆ ଜାତିର ଇତିହାସରେ ଏକ ସ୍ୱର୍ଣ୍ଣାଭ ଇତିହାସ ହୋଇ ରହିବ ବୋଲି ଆଲୋଚକମାନେ ମତ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

six + four =