ବିିଭିନ୍ନ ପ୍ରକଳ୍ପକୁ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ନରସିଂହ : ସହର ମଧ୍ୟରେ ଥିବା ଭୂମିହୀନଙ୍କୁ ଜାଗା ଦେବା ପାଇଁ ହେଲା ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଭିନ୍ନ ପ୍ରକଳ୍ପ ତଥା ଭୂମିହୀନଙ୍କୁ ଜମି ପ୍ରଦାନ ନେଇ ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ କାଲି ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିବା ବୈଠକରେ ବିଶେଷ କରି ବଲାଙ୍ଗିରରେ ରହୁଥିବା ଭୂମିହୀନ ଗରିବ ଲୋକେ କିପରି ବାସଗୃହ ପାଇଁ ବିନା ମୁଲ୍ୟରେ ଜମି ଓ ଗୃହ ପାଇପାରିବେ, ସେ ଉପରେ ଆଲୋଚନା ହୋଇଥିଲା । ସରକାରଙ୍କ ବିଭିନ୍ନ ଯୋଜନାରେ କିଛି ଗରିବଙ୍କୁ ଜମି ଦେବା ପାଇଁ ଚିହ୍ନଟ କରାଯାଇଛି । କିନ୍ତୁ ପ୍ରକୃତ ସ୍ଥିତିକୁ ଦେଖିଲେ ବଲାଙ୍ଗିରରେ ଏପରି ୫୦ହଜାରରୁ ଅଧିକ ଗରିବ ଲୋକ ଅଛନ୍ତି, ଯେଉଁମାନେ କି ପେଟ ପାଟଣା ଅନ୍ୱେଷଣରେ ଗାଁରୁ ସହରକୁ ଆସି ବିଭିନ୍ନ ସରକାରୀ ଜାଗାରେ ଘର ତିଆରି କରି ରହୁଛନ୍ତି । ଯେହେତୁ ବାସଗୃହ ପାଇଁ ଜମି ଖଣ୍ଡେ ପାଇବା ହେଉଛି ଲୋକଙ୍କ ମୋ÷÷ଳିକ ଅଧିକାର, ତେଣୁ ଯେତେ ଶୀଘ୍ର ହେବ ସହର ମଧ୍ୟରେ ବିବାଦୀୟ ଜମି ଚିହ୍ନଟ କରି କିମ୍ବା ଯେଉଁ ଭୂମିହୀନ ଲୋକେ ନିର୍ବିବାଦୀୟ ସରକାରୀ ଜମିରେ ଘର କରି ରହୁଥିବେ, ସେମାନଙ୍କୁ ବାସଗୃହ ପାଇଁ ଜମି ଅଧିକାର ପ୍ରଦାନ କରିବା ପାଇଁ ତଥା ଯେଉଁ ପର୍ଯ୍ୟନ୍ତ ଭୂମିହୀନଙ୍କୁ ବାସଗୃହ ପାଇଁ ଜମି ଦିଆ ନ ଯାଇଛି ସେମାନଙ୍କୁ ସେମାନେ ରହୁଥିବା ସ୍ଥାନରୁ ବିସ୍ଥାପିତ ନ କରିବାକୁ ଉପସ୍ଥିତ ଥିବା ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ କହିଥିଲେ । ସହର ମଧ୍ୟରେ ଥିବା ପୋଖରୀଗୁଡ଼ିକୁ ପାଇଁ ସଫା କରିବା ତଥା ତାର ପାରିିପାର୍ଶ୍ୱିକ ଅବସ୍ଥାରେ ପରିଚ୍ଛନ୍ନତା ଆଣିବା ପାଇଁ ପୋ÷÷ର ନିର୍ବାହୀ ଅଧିକାରୀଙ୍କୁ ଶ୍ରୀ ମିଶ୍ର ତତ୍ପରତା ସହ କାମ କରନ୍ତୁ ବୋଲି ଅନୁରୋଧ କରିବା ସହ ଆବର୍ଜନାପୂର୍ଣ୍ଣ ପୋଖରୀ ଯେପରି ପ୍ରଦୂଷିତ ହେଉଛି ତାହା ଆଉ ଗୋଟିଏ ମହାମାରୀର ରୂପ ନ ନେଉ ବୋଲି ଚେତେଇ ଦେଇଥିଲେ । ସହର ମଧ୍ୟରେ ଖାଲି କରାଯାଇଥିବା ଜବରଦଖଲ ଜାଗା ସବୁରେ ଉଠା ବେପାରୀମାନଙ୍କୁ ଥଇଥାନ ତଥା ସେଠାରେ ବ୍ୟବସାୟ ପାଇଁ ଦରକାର ହେଉଥିବା ବିଭିନ୍ନ ମୋ÷÷ଳିକ ସୁବିଧାର ଶୀଘ୍ର ବନ୍ଦୋବସ୍ତ କରିବା ପାଇଁ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହି କାମକୁ ଶୀଘ୍ର ସମାପ୍ତ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ତଥା ପୋ÷÷ର ଅଧିକାରୀଙ୍କୁ କହିଥିଲେ । ବିଶେଷ କରି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକମାନଙ୍କୁ ଆସିଥିବା ଉନ୍ନୟନ ପାଣ୍ଠି ଏବଂ ଏହାକୁ ନେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତିରେ ମନ୍ଥରତା ନେଇ ଆଲୋଚନା ହୋଇଥିଲା । ଅନେକାଂଶରେ ଦେଖାଯାଉଛି ବ୍ଲକକୁ ଆସୁଥିବା ପାଣ୍ଠି ଦ୍ୱାରା ନିର୍ମାଣ ହେଉଥିବା ଯୋଜନାରୁ ଲୋକେ ଠିକ୍‌ ଭାବେ ଉପକୃତ ହୋଇ ପାରୁନଥିବାରୁ ଆଗାମୀ ଦିନରେ ଏସବୁ ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିବା ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କହିଥିଲେ । ଏହି ବୈଠକରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.