ଆଦିବାସୀ ଶବର ମହାସଂଘର ରାଜ୍ୟସ୍ତରୀୟ ଗୁଗୁଲ ମିଟ ଓ ଆଲୋଚନା ଚକ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବର୍ତ୍ତମାନ ଦେଶରେ କରୋନା ମହାମାରୀକୁ ଆଖି ଆଗରେ ରଖି ଗୁଗୁଲ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ ଶବର ସମାଜର ମହାସଭା ଓଡିଶା ରାଜ୍ୟ ଶବର କଲ୍ୟାଣ ମହାସଂଘ ତରଫରୁ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟସ୍ତରୀୟ ଶବର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଆହ୍ଵାନ କ୍ରମେ ରାଜ୍ୟର ୩୦ ଟି ଜିଲ୍ଲାରେ ବସବାସ କରୁଥିବା ଶବର, ଶହର, ଶଓରା, ସଉରା, ଆର୍ଶୀ ସଓରା, ବେସଦ ଶଓରା, ଭୀମମା ଶଓରା, ତୁମୁରା ଶଓରା, ଜାରା ଶବର, ଜଦୁ ଶବର, ଜତୁ ଶଓରା, ଜାତି ଶଓରା, ଜୁଆରି ଶଓରା, କମ୍ପ ଶଓରା, କିଣ୍ଡଲ ଶଓରା, କଳାପିଠିଆ ଶଓରା, କିରାତ ଶଓରା, ଲାଞ୍ଜିଆ ଶଓରା, ଲରିଆ ଶବର, ଲୁଆର ଶଓରା, ଶରଦ୍ଦା ଶଓରା, ଟଙ୍କଲା ଶଓରା, ବେଣୁ ଶଓରା, ଲୋଧା ସମାଜର ୨୫୦ରୁ ଅଧିକ ସମାଜର ମୁଖିଆ, ସମାଜସେବୀ, ସଭାପତି, କର୍ମଚାରୀ, ବୁଦ୍ଧିଜୀବୀ, ଛାତ୍ର, ଯୁବକ, ଅଂଶ ଗ୍ରହଣ କରିଥିଲେ । ଗୁଗଲ ମିଟ ମହାସଭାରେ ଆଦିମ ଜନଜାତି ଶବର ମାନଙ୍କ ସର୍ବ ପ୍ରାଚୀନ ମହାନ ସଂସ୍କୃତି, ପ୍ରଥା ପରମ୍ପରା, ଦେବାଦେବୀ, ଐତିହ, ଗୀତ, ବାଦ୍ୟ, ନୃତ୍ୟ, ସଂଗୀତ, ଭାଷା, ଧର୍ମ ମାନବ ସମାଜର କଲ୍ୟାଣକାରୀ ଯନ୍ତ୍ର, ମନ୍ତ୍ର, ତନ୍ତ୍ର, ବିଜ୍ଞାନର ସୁରକ୍ଷା, ସଂରଣ ଏବଂ ପୁନରୁଦ୍ଧାର କରିବା, ନିଶା ନିବାରଣ କରିବା, ସମାଜର ପୁଅ ଝିଅମାନଙ୍କୁ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ଶିକ୍ଷ୍ୟା ପ୍ରଦାନ କରିବା, ଅଣ ଆଦିବାସୀମାନଙ୍କୁ ଆଦିବାସୀ ଶବର ଜମି ବିକ୍ରୟ ନ କରିବା, ଅନ୍ୟ ଜାତିର ପୁଅଝିଅ ମାନଙ୍କୁ ଶବର ସମାଜର ଲୋକ ପୋଷ୍ୟ ପୁଅଝିଅ ନ କରିବା, ସାମାଜିକ, ସଂସ୍କୃତିକ, ବିବାହ, ମୃତାହ, ଦେବାଦେବୀ ପୂଜା ପଦ୍ଧତି କାର୍ଯ୍ରରେ ବ୍ରାହ୍ମଣ ନିଯୁକ୍ତି ନକରି ଶବର ସମାଜର ଆବହମାନ କାଳରୁ ପ୍ରଚଳିତ ପ୍ରାଚୀନ ପ୍ରଥା ପରମ୍ପରା ରୀତିନୀତିକୁ ଅକ୍ଷ୍ୟୁର୍ଣ୍ଣ ରଖିବାକୁ ନିଷ୍ପତି କରଯାଇଥିଲା । ଶବର ସମାଜର ଏକତା, ଅଖଣ୍ଡତା, ଗର୍ବ ଗୌରବ ବଜାୟ ରଖିବା, ଶବର ରାଜା ବିଶ୍ଵାବସୁ, ଶ୍ରେଷ୍ଠ ଧନୁର୍ଦ୍ଧର ଜାରା ଶବର, ଶବର ଶିରୋମଣି ମହାନ ଧନୁର୍ଦ୍ଧାରୀ ଏକଲବ୍ୟ, ମହାନ ସତୀସ୍ଵାଧ୍ଵୀ ବିଶ୍ଵବନ୍ଦିତା ଶବରଣୀଙ୍କ ବଂଶଧର ଭାବରେ ନିଜର ଜାତି ସମାଜର ସ୍ଵାଭିମାନ, ମର୍ଯ୍ୟାଦା, ସ୍ଵାଧୀନତା, ସ୍ଵତନ୍ତ୍ରତା, ପୁନଃଜୀବିତ କରିବାକୁ ଆହ୍ଵାନ କରଯାଇଥିଲା । ବ୍ରହ୍ମାଦି ନୀଳମାଧବଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ଵାବସୁଙ୍କ ଗଡ ତଥା ଜନ୍ମସ୍ଥଳି କଣ୍ଟିଲୋ ସ୍ଥିତ ଶବରପଲ୍ଲୀ (କଳିଆପଲ୍ଲୀ)କୁ ବିଶ୍ଵ ପର୍ଯ୍ୟଟନ ସ୍ଥଳୀ, ଧର୍ମ ପିଠର ମାନ୍ୟତା ଦେବା, ବିଶ୍ଵାବସୁଙ୍କ ଗଡ ଶବରପଲ୍ଲୀ (କଳିଆପଲ୍ଲୀ)ରେ ନବକଳେବର କରି ସଂସ୍କୃତିକ ସ୍ଥଳର ସୌନ୍ଦର୍ଯ୍ୟକରଣ, ଅତିଥିଶାଳା, ଧର୍ମଶାଳା, ମନ୍ଦିର ପାର୍କ, ପାଚେରି ନିର୍ମାଣ କରିବାକୁ ଦାବୀ କରଯାଇଥିଲା । ଗୁଗୁଲ ମିଟରେ ଶବର ସମାଜର ସଭାପତି ନିରଞ୍ଜନ ବିଶି, ରାମ ଶବର, କମଭୁପାଣି ଶବର, ବିଦ୍ୟାଧର ଦେହୁରି, ହୃଷୀକେଶ ଭୋଇ, ବିଷ୍ଣୁ ଚରଣ ସାମଲ, ଗୌତମ ପ୍ରଧାନ, ବଳଦେବ ଭୋଇ, ବାଳକୃଷ୍ଣ ଶବର, ଦୟାନିଧି ବୁଡେନ, ଭୁପାଳ ବିଶ୍ଵାଳ, କମଳ ଶବର, ଅନିରୁଦ୍ଧ ଦେହୁରି, ସର୍ବଧର୍ମ ସମନ୍ଵୟ ମହାଶିଦ୍ଧ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ତଥା ଶବରକୁଳ ଶିରୋମଣି ଶ୍ରୀଶ୍ରୀ ଟିକିବାବା, ଲକ୍ଷ୍ମୀଧର ବେହେରା, ଶରତ ନାୟକ, ସୁମନ୍ତ ବେହେରା, ଶ୍ରୀକାନ୍ତ ଦେହୁରି, କମଳାକାନ୍ତ ଭୋଇ, ଦେବେନ୍ଦ୍ର ଶଉରା, ଜଗ ସଓରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

four × three =