ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ଓ ଟେକୱାଲା କେ ୩ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ର ମିଳିତ ଆନୁକୂଲ୍ୟରେ ଡିକୋଡ଼ିଙ୍ଗ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଏକ ଆଲୋଚନା ଚକ୍ର ସ୍ଥାନୀୟ ମାକ୍ସମୁଲାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀୟାନ ଏଫ. ସି. ମହାନ୍ତି ମୁଖ୍ୟ ଅତିଥି ଓ ଆର୍ଏସ୍ପି ଟାଉନ ସର୍ଭିସ ଓ ସିଏସ୍ଆର୍ ବିଭାଗ ସିଜିଏମ୍ ଟି. ଜି. କନେକର, କେ ୩ ସଲ୍ୟୁସନର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ଚାଟାର୍ଜି ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଅତିଥିମାନେ ଡିଜିଟାଲ ମିଡ଼ିଆର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରି ସଂସ୍ଥାର ବ୍ରାଣ୍ଡିଙ୍ଗ, ପ୍ରଡକ୍ଟ ମାର୍କେଟିଙ୍ଗ ଦ୍ୱାରା ବ୍ୟବସାୟରେ ସଫଳତା ମିଳିପାରିବ ବୋଲି କହିଥିଲେ । ବିଶେଷ କରି ଏହି ଡି. କୋଡ଼ିଙ୍ଗ ବ୍ୟବସ୍ଥା ଉଦ୍ୟୋଗୀ ମାନଙ୍କ ପାଇଁ ବେଶ ସହାୟ ହେବ ବୋଲି ମତ ଦେଇଥିଲେ । ଏଥିରେ କ୍ଲବର ସଭାପତି ରୋଟାରୀଆନ ବୀଣାପାଣି ରଥ ଅଧ୍ୟକ୍ଷତା କରିଥିଲେ । ରୋଟାରୀୟାନ ରାହୁଲ ପୁତୁଲ ସଭା ସଂଚାଳନ କରିଥିଲେ । ଉପଦେଷ୍ଟା ରୋଟାରୀୟାନ ଅଞ୍ଜନା ମୈତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ବୈଷୟିକ ପର୍ଯ୍ୟାୟରେ କେ ୩ ସଲ୍ୟୁସନର ନିର୍ଦ୍ଦେଶିକା ବ୍ରିନ୍ଦା ଦାସ ଓ ଅନ୍ୟତମ ନିର୍ଦ୍ଦେଶକ କିଶୋର ନାଗ ଆଲୋଚ୍ୟ ବିଷୟ ଉପରେ ବିଷଦ ଭାବେ ଆଲୋଚନା କରି ଏହାର ବ୍ୟବହାର, ଚାହିଦା, ସୁଯୋଗ ପ୍ରଭୃତି ଦିଗ ସମ୍ପର୍କରେ ସଚେତନ କରାଇଥିଲେ । ଯୁବପିଢ଼ି ଏହାକୁ ବୃତ୍ତି ଭାବେ ମଧ୍ୟ ଗ୍ରହଣ କରିପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀୟାନ ଡ଼ଃ ସରିତା ମଲ୍ଲ, ବିଜୟ ବୈଭବ, ସନ୍ଧ୍ୟାରାଣୀ ବରାଳ, ଟୁନି ଦେବୀ, ରଶ୍ମି ନାୟକ, ନମିତା ଆଚାର୍ଯ୍ୟ, ଆନ୍ନାବେଲ ଡିସୌଜା, ଆଲେକଜାଣ୍ଡାର ଡିସୌଜା, ଦେବଜିତ ବାନେର୍ଜୀ, ସୁରଜ ନାୟକ, ଆଶିଷ ନାୟକ, ୟଶ ମିଶ୍ର, କେ୩ ସଲ୍ୟୁସନର ଡୋୟେଲ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଞ୍ଜନା ମୈତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।